News
lipub
samparksetu

ବିଜୁଳି ଖୁଣ୍ଟ ସଂସ୍ପର୍ଶରେ ଆସି ଗାଈ ମୃତ

ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗାଁ ରେ ଆଜି ଗୋଟିଏ ଗାଈ ବିଜୁଳି ଖୁଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ବାତ୍ୟା ଜନିତ ବର୍ଷା ଯୋଗୁଁ ବିଜୁଳି ଖୁଣ୍ଟ ଚାର୍ଜ ହୋଇଯାଇଥିଲା। ଗାଈଟି ତା ନିକଟରେ ଯିବା ସମୟରେ ଭିଡ଼ି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଖୁଣ୍ଟଟି ଜନବସତି ମଧ୍ୟରେ ରହିଛି। ପୂର୍ବରୁ ମଧ୍ୟ ଏହି ପରି ଘଟଣା ଘଟିଅଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା କାରଣରୁ ପୁନର୍ବାର ଏହି ଘଟଣା ଘଟିଛି। ଖୁଣ୍ଟଗୁଡିକ ପୁରୁଣା ହେବା ସହ ରକ୍ଷଣାବେକ୍ଷଣ ଅଭାବରୁ ଏହିପରି ବାରମ୍ବାର ଦୁର୍ଘଟଣା ଘଟୁଛି। ମୃତ ଗାଈଟି ଏହି ଗାଁ ର
ଗୟାଧର ପରିଡ଼ାଙ୍କର ଜଣାପଡିଛି। ଘଟଣା ପରେ ଫୋନ ଯୋଗେ ଗଁଦିଆ ଟାଟା ପାଓ୍ବାର କର୍ମଚାରୀଙ୍କୁ ଅବଗତ କରାଯାଇଛି।

ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା କେହି ପହଁଞ୍ଚି ନଥିବା ସୂଚନା ରହିଛି। ତା ଛଡା ବାରମ୍ବାର ଗାଈ ମରୁଥିଲେ ମଧ୍ୟ ଲୋକଙ୍କୁ କ୍ଷତିପୂରଣ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସ୍ଥାନୀୟ ସମାଜସେବୀ ଆଲୋକ ମହାଭୋଇ ଆମକୁ ଜଣାଇବା ସହ ସମ୍ପୃକ୍ତ ବ୍ଯକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

new life
You might also like
error: Content is protected !!