News
lipub
samparksetu

ପୁଅର ଫେରିବା ବାଟକୁ ଚାହିଁ ଶେଷ ନିଶ୍ଵାସ ତ୍ୟାଗକଲେ ମା ; ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କଲେ ପରିବାର

ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମର ଜଣେ ଯୁବକ ସଉଥ ଆଫ୍ରିକା ଯାଇ ଫେରି ପାରିନଥିଲେ। ପୁଅର ଫେରିବା ବାଟକୁ ଚାହିଁ ହୃଦଘାତରେ ମାର ମୃତ୍ୟୁ ହୋଇଛି। ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ଲୁହ ଝରାଉଛି ପୁରା ପରିବାର ।

ସଚନା ଅନୁଯାୟୀ , ବେଲଟିକିରି ଗ୍ରାମର ରଞ୍ଜନ କୁମାର ନନ୍ଦଙ୍କ ଏକ ମାତ୍ର ପୁତ୍ର ସବ୍ୟସାଚିନନ୍ଦ (୨୮)ଜଣେ ବିଟେକ ଇଞ୍ଜିନୟର ଭାବେ ୩ ମାସ ପାଇଁ ସାଉଥ ଆଫ୍ରିକାର ଏକ ଘରୋଇ ଫାର୍ମ ହାଉସକୁ ପ୍ରଯୁକ୍ତିବିଦ୍ୟା ଦେବାପାଇଁ ୨୦୨୦ ମସିହାରେ ଯାଇଥିଲେ।

ଫେରିବା ପୂର୍ବରୁ କୋଭିଡ଼ ହେତୁ ସେ ଘରକୁ ଫେରି ପାରିନଥିଲେ । ସେହି ସମୟରେ ଭିସା ଓ ପାସପୋଟର ଅବିଧି ଶେଷ ହୋଇଯାଇଥିବାରୁ ପୁନଶ୍ଚ ସେ ଆବେଦନ କରିଥିଲେ । ସେ ରହୁଥିବା ଫାର୍ମ ହାଉସ ପରିସରରେ ଏକ ହତ୍ୟାକାଣ୍ଡ ମାମଲାରେ ସେଠିକାର ପୋଲିସ ସବ୍ୟସାଚୀଙ୍କ ଭିସା ପାସପୋର୍ଟ, ମୋବାଇଲ ଜବତ କରିବା ସହିତ ପ୍ରତ୍ୟେକ୍ଷ ଦର୍ଶି ଭାବେ ପୋଲିସର ନିଜରରେ ରହିଛନ୍ତି।

ସବ୍ୟସାଚିଙ୍କ ମା ପୁଅ ନଫେରିବା ଚିନ୍ତାରେ ଗତ ୭ ତାରିଖରେ ମାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ପୁଅର ଆସିବା ବାଟକୁ ଚାହିଁ ପରିବାରର ଲୋକଙ୍କ ଆଖିରୁ ଲୁହ ଝରୁଛି। ପୁଅକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

new life
You might also like
error: Content is protected !!