News
lipub
samparksetu

ସମାଜ ଗଠନ ପାଇଁ


ଆଜିର ସମାଜ  ବଦଳି ଯାଇଛି
ସ୍ୱାର୍ଥରେ ବନ୍ଧା ସଭିଏଁ
ସୁରୁଯ ଯାଉଛି ଲୁଚି
ବ୍ୟସ୍ତ ମଣିଷ…..
ପାଏ ନାହିଁ ରାହା ଖୋଜି
ତତ୍ତ୍ୱ ବୁଝୁଛି କିଏ…..?

ସତ୍ୟ ବିରୁଦ୍ଧେ  ସଫେଇ ଦେବାରେ
ଚାତୁରୀ ପ୍ରକାଶ ପାଏ
ରଙ୍ଗ ଦିଅନ୍ତି ବୋଳି
ଚିକ ଚିକ କଲେ ସବୁ ସୁନା ନୁହେଁ
ଏ ‘କଥା ଯାଆନ୍ତି ଭୁଲି
ଯୋଜନା ର ଅନ୍ତ ନାହିଁ
କଥା ଓ କାମ ରେ ଅନେକ ତଫାତ
ସ୍ୱାଧୀନତା ଆଜି…..
ପଛକୁ ପଛକୁ ଧାଏଁ.
ବୟସ ସାଥିରେ ରକ୍ତ ଶିଥିଳ ହୁଏ!
କୁହବନ୍ଧୁ!

ଆଉ କେତେ ଦିନ……?
ଜଡତା ଭାଙ୍ଗିବ ନାହିଁ…..
ନୀରବେ କି ଥିବ ରହି?
ଉଦିତ ସୁରୁଯ ଆହ୍ୱାନ କରେ
ଦିବ୍ୟ ଦୀପ୍ତି ନେଇ
ସମୟ ଆସିଛି  ଅତୀତ ର ଗ୍ଲାନି
ମନୁ ପୋଛି ଦେଇ

ସଂଶୋଧନ ଚିନ୍ତା….
କରିବାକୁ ଆଲୋଚନା
ହୃଦ ଖୋଲିଦିଅ
ହୁଅ ନାହିଁ ଆନ ମନା.
ଆଗାମୀ କାଲିର ବଂଶଧର କୁ
ଦେବା ପାଇଁ ଉଦ୍ଦୀପନା….
ଚିନ୍ତା ଓ ଚେତନା ରେ
କଥା ଓ କାମରେ
ଯୁକ୍ତି ରଖିବାନି…
ସ୍ୱାର୍ଥ କୁ ଯିବା ଭୁଲି
ଶାନ୍ତି – ମୈତ୍ରୀ – ପ୍ରଗତି -ପ୍ରତୀକ ନେଇ
ନୂତନ ସୃଷ୍ଠି ପାଇଁ

ଭିନ୍ନ ଦୃଷ୍ଟିରେ  ଆଗକୁ ବଢିବା
ସାଲିସ ବିହୀନ ଶୋଷଣ ମୁକ୍ତ
ସମାଜ ଗଠନ ପାଇଁ  ..

✍️ ଏଲୀ ଦାସ

new life
You might also like
error: Content is protected !!