News
lipub
samparksetu

ଦୋକାନ ଲୁଟି ଦୋକାନ କୁ ଜାଳିଦେଲେ ଦୁର୍ବୃତ୍ତ !

କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାମ୍ମ ପଞ୍ଚାୟତ କିର୍ତ୍ତନପୁର ପରଂବ୍ରହ୍ମସାହି ଦୋକାନରୁ ଚୋରି କରିବା ସହ ଦୃର୍ବୁତ୍ତ ମାନେ ଦୋକାନକୁ ପୋଡି ଦେଇଥିବାର ଅଭିଯୋଗ ହୋଇଛି ।

କଙ୍କଡ଼ାହାଡ଼ରୁ ଡୋଲିଆ ଅଭିମୁଖେ ଯାତ୍ରା କଲେ କିର୍ତ୍ତନପୁର ମେନ୍ ରୋଡ କଡ଼ରେ ଶ୍ରୀ ପାତ୍ରଙ୍କ ଦୋକାନ ଟି ପଡ଼ିଥାଏ। ଶ୍ରୀ ପାତ୍ର ଙ୍କ ଦୋକାନଟି ଅତି ନିଛାଟିଆ ଜାଗାରେ ଅବସ୍ଥିତ। ତେଣୁ ଦୁର୍ବୃତ୍ତ ମାନକୁ ଫାଇଦା ଉଠାଇବା ପାଇଁ ସୁବିଧା ହେଇ ଥିଲା।

ସୂଚନା ଯୋଗ୍ୟ କି , ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଲୁଟ ହୋଇଛି । ତେବେ ଦୋକାନ ମାଲିକ କୌଣସି କାରଣରୁ ରାତିରେ ଉଠି ଦେଖିଥିଲେ କି ତାଙ୍କ ଦୋକାନ ଟିରେ ନିଆଁ ଲାଗି ଯାଇଛି । ଗ୍ରାମ ବାସୀ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ମୁ ଆୟତ୍ତ କରାଯାଇଥିଲା । କିନ୍ତୁ ଦୋକାନରେ ଥିବା ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇଯାଇଛି ।

ଶ୍ରୀ ପାତ୍ର କହିବା ଅନୁଯାୟୀ ,ଦୋକାନଟି ସଟ ସର୍କିଟରେ ପୋଡି ନାହିଁ , ବରଂ ଦୋକାନ କୁ ଲୁଟ କରି ପୋଡି ଦିଆଯାଇଛି ।
କାରଣ ଦୋକାନ ତାଲାକୁ ଭାଙ୍ଗି ରାସ୍ତା ଉପରେ ପକାଯାଇଛି ଓ ତାହା ସହିତ ମଧ୍ୟ ପଇସା ବାକ୍ସଟି ୫୦ ମିଟର ଦୂରରେ ପଡିଛି ।

ଏ ଘଟଣା ନେଇ କଙ୍କଡ଼ାହାଡ଼ ଥାନାରେ ଏକ ଏତଲା ହେବା ପରେ କଙ୍କଡ଼ାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

new life
You might also like
error: Content is protected !!