News
lipub
samparksetu

ଟିପ୍ପର ଧକ୍କାରେ ବାଇକ ଚାଳକ ଙ୍କ ଉଡ଼ିଗଲା ପ୍ରାଣବାୟୁ

ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ନିମବାହାଳି ଛକ ରେ ଆଜି ଏକ ଟିପ୍ପର ଏକ ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଚାଳକ ଜଣଙ୍କ ଵଦାଳୁ ଗ୍ରାମର ପ୍ରଶାନ୍ତ କୁମାର ସାହୁ (୨୫)ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ , ପ୍ରଶାନ୍ତ ନିଜ ବାଇକ ଯୋଗେ ଅନୁଗୋଳ ଆଡୁ ଆସୁଥିବା ବେଳେ ଗୁଡ଼ିଆକାଟେଣି ରୁ ଆସୁଥିବା ଏକ ଟିପ୍ପର ତାଙ୍କୁ ନିମବାହାଳି ଛକ ନିକଟରେ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ମୋଟାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!