News
lipub
samparksetu

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଜିଲ୍ଲାପରିଷଦ ଦୁଇ ନମ୍ବର ଜୋନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଛନ୍ତି ।

ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ସିମିନଈ,ଗଦାଶିଳା, ସଦାଶିବପୁର,ଗୁଣୁଦେଇ,ବଳରାମପ୍ରସାଦ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅନ୍ୟ ଲୋକମାନଙ୍କୁ ଘର ପ୍ରଦାନ କରାଯାଇଛି । ବିଭିନ୍ନ ଗ୍ରାମରେ ଥିବା ଅସହାୟ,ବୃଦ୍ଧ,ବିଧବା,ସ୍ୱାମୀ ପରିତ୍ୟକ୍ତା,ଭିନ୍ନକ୍ଷମ,ଚାଳଛପର
ଘରେ ଅସହାୟ ବ୍ୟକ୍ତିଙ୍କୁ ଘର ମିଳୁନାହିଁ ।

ଯେଉଁମାନଙ୍କର ନାମ ତାଲିକାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଥିଲା
ସେମାନଙ୍କର ନାମକୁ କାଟି ଦିଆଯାଇଛି । ଏହାର ତଦନ୍ତ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ ଦାବୀ କରାଯାଇଛି ।

new life
You might also like
error: Content is protected !!