News
lipub
samparksetu

ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଆବାସ ଓ ରାସ୍ତାଘାଟର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଘେରିଲା ଆପ୍

ଢେଙ୍କାନାଳ ସଦର ଓ ଓ଼ଡାପଡା ବ୍ଲକର ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଆବାସ ଓ ରାସ୍ତା ଘାଟର ସମସ୍ୟା କୁ ନେଇ ଆମ୍ ଆଦମୀ ପାର୍ଟି ର ଶତାଧିକ କର୍ମକର୍ତ୍ତା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l

କଳାଙ୍ଗ ପଞ୍ଚାୟତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରୋଟି ଫାମିଲି କ୍ଵାଟର ଥିବା ବେଳେ କୌଣସି ଷ୍ଟାଫ୍ ରୁହନ୍ତି ନାହିଁ l ଲୋକମାନେ ଖର୍ଚ୍ଚାନ୍ତ ହୋଇ ଅନ୍ୟ ମେଡିକାଲ କୁ ଯାଆନ୍ତି l ଦୀର୍ଘ ଦଶ ବର୍ଷ ହେଲା ପାନୀୟ ଜଳ ପାଇଁ ଉଚ୍ଚ ପାଣି ଟାଙ୍କି ଥିବାବେଳେ ଲୋକ ମାନଙ୍କୁ ପାଣି ମିଳୁନାହିଁ l ଦଲକ ସାହିରେ ଦୀର୍ଘ ଚାରି ବର୍ଷ ହେଲା ଗଭୀର ନଳ କୂପ ଖୋଳା ଯାଇଛି ହେଲେ କୌଣସି ପାଇପ ଓ ପମ୍ପ ସଂଯୋଗ ନାହିଁ l ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦଲକ ସାହି ଓ ବୁଦୁକା ଗ୍ରାମ କୁ ରାସ୍ତା ନାହିଁ l ତାଛଡା ଫାସୀଗଁl, ଧୀରପଟଣା, ମଧୁସାହୁପଟଣା, ବାଲ୍ୟମ୍ବା, ଚନ୍ଦ୍ରଶେଖର ପ୍ରସାଦ, ଭଲିଆବୋଲ କାଟେଣୀ ଆଦି ପଞ୍ଚାୟତ ରେ ଆବାସ ଯୋଜନା କ୍ରମିକ ସଂଖ୍ୟା ଥିଲେ ମଧ୍ୟ ଆବାସ ମିଳୁନାହିଁ l

ଗାଁ ଗହଳି ର ସାଧାରଣ ଲୋକମାନେ ବିଭିନ୍ନ ଅଫିସ କୁ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହେଉଛନ୍ତି l ଏଥିପାଇଁ ଭ୍ରଷ୍ଟାଚାର ଓ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥା ହିଁ ଦାୟୀ l ଦିଲ୍ଲୀ ପରି ଓଡ଼ିଶାରେ ମଧ୍ୟ ଡୋର ଷ୍ଟେପ ଡେ଼ଲିଭରି ବ୍ୟବସ୍ଥା ଲାଗୁ କରିବାପାଇଁ ଆମ୍ ଆଦମୀ ପାର୍ଟି ଦାବି କରିଛି l

ଉକ୍ତ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରାନଗଲେ ଦଳ ତରଫରୁ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଆବାହକ ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡାପଡା ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା, ରାଜୀବ କର, ସୁମନ୍ତ ଖିଲାର, ସୁଚିତ୍ରା ନାୟକ, ସନାତନ ନାଏକ, ଗୋବିନ୍ଦ ନାଏକ, ହେମନ୍ତ ଧଳ, ରଞ୍ଜିତ ଦାସ, ସୁରେନ୍ଦ୍ର ନାୟକ, ବିନି ଦେହୁରୀ, ସୌଦାମିନୀ ଦେହୁରୀ, ସନ୍ଧ୍ୟାରାଣୀ ନାଏକ, ମାଳତୀ, କାମିନୀ, ଦୁଷ୍ମନ୍ତ, ରଞ୍ଜନ, ନରେଶ, ଟଙ୍କଧର ନାଏକ ପ୍ରମୁଖ ଶତାଧିକ କର୍ମୀ କଚେରୀ ରୋଡ଼ ଦଳ କାର୍ଯ୍ୟାଳୟ ଠାରୁ ପଦ ଯାତ୍ରା ରେ ମହାବୀର ବଜାର ଛକ ଓ ଗଣେଶ ବଜାର ଛକ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ l

new life
You might also like
error: Content is protected !!