News
lipub
samparksetu

ମା’ କାଲୁଣୀଙ୍କ ନୂତନ ମନ୍ଦିର ପାଇଁ ଶିଳାନ୍ୟାସ

ଢେଙ୍କାନାଳ ଜିଲ୍ଲା ଭୁବନର ଅଧିଷ୍ଠ୍ରାତୀ ଗ୍ରାମଦେବୀ ମା କାଲୁଣୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଭୁବନ ଗ୍ରାମର ପୂର୍ବକୁ ପ୍ରବେଶ ଦ୍ଵାରରେ ଅବସ୍ଥିତ ମା କାଲୁଣୀଙ୍କ ପୀଠ । ଯେତେବେଳ ବିପଦ ବେଳେ ମା କାଲୁଣୀଙ୍କୁ ଡାକିଲେ ସବୁ ବିପଦ ଟଳି ଯିବା ସହିତ ସବୁ ଦୁଃଖ କଷ୍ଟ ଦୂର ହେଉଥିବାର ବିଶ୍ବାସ ରହିଛି। ଏହି ଅବସରରେ ମାଁ ଙ୍କ ର ଦୂର ନିର୍ମାଣ ପାଇଁ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ ମୁକ୍ତ ହସ୍ତରେ ୫ ଲକ୍ଷ ଟଙ୍କାର ଦାନ କରିଥିବା ବେଳେ ବଡହାଟ ଯୁବକ ସଂଘ ତରଫରୁ ସାହାଯ୍ୟ ସହଯୋଗ କରାଯାଇଛି ।

ତେବେ ଭୁବନ ଗ୍ରାମର ଜଣାଶୁଣା ଭକ୍ତ ଗୋପିନାଥ ମହାନ୍ତିଙ୍କ ତତ୍ତ୍ବାବଧାନରେ ମନ୍ଦିର ନିର୍ମାଣ କାର୍ଯ୍ଯ ସମ୍ପୂର୍ଣ୍ଣ କରାଯିବ ବୋଲି ବଡହାଟ ଯୁବକ ସଂଘ କହିଛି। ପରି ଶେଷରେ ମହାମାରୀ କରୋନା ବିଶ୍ବରୁ ନିପାତ ପାଇଁ ଯଜ୍ଞ ଆହୁତି ଦିଆଯିବା ସହିତ କରୋନା କଟକଣା ଭିତରେ ପୂଜା କାର୍ଯ୍ଯ ଶେଷ ହୋଇଥିଲା।

new life
You might also like
error: Content is protected !!