News
lipub
samparksetu

ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ବାଧ୍ୟତାମୂଳକ ଅବସର !

୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍ ଅଫିସର ଜଣେ ତହସିଲଦାର ଥିବା ବେଳେ ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ମଧ୍ୟ ଅଛନ୍ତି ।

ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀ ଓ ପୂର୍ବତନ ନୂଆପଡ଼ା ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ତ୍ରିଲୋଚନ ଧଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା’ ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ ମଧ୍ୟ ରହିଛି । ତେଣୁ ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବାଧ୍ୟତାମୂଳକ ଅବସର ପାଇଥିବା ଦୁଇ ଓଏଏସ୍ ଅଧିକାରୀ ହେଲେ ଅନୁଗୋଳର ଡେପୁଟୀ କଲେର ଜାନକୀନାଥ ମିଶ୍ର ଓ ଗଜପତି ଜିଲ୍ଲା ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକ। ସେହିପରି ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀ ଓ ପୂର୍ବତନ ନୂଆପଡ଼ା ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ତ୍ରିଲୋଚନ ଧଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ ରହିଛି। ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

new life
You might also like
error: Content is protected !!