News
lipub
samparksetu

ଭଡ଼ା ଘରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଧିନରେ ରହିଥିବା ନାଟିମା ବଜାରର ପ୍ରଦ୍ୟୁମ୍ନ ସାହୁଙ୍କ ଭଡ଼ା ଘରୁ ଏକ ଶବ ଉଦ୍ଧାର ହୋଇଛି । ଶବକୁ ଦେଖି ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି ଙ୍କୁ ସ୍ଥାନୀୟ ଲୋକେ ଜଣାଇ ଥିଲେ।

ଖବର ପାଇ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କୁ ପଚରାଉଚୁରା କରିବା ସହିତ ଶବକୁ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି ।

ପ୍ରାପ୍ତ ଖବରରୁ ପ୍ରକାଶ ବିହାର ଅଞ୍ଚଳର ମହମ୍ମଦ ସୁଲେମାନ ନାମକ ଜଣେ ଗଦି ବ୍ୟବସାୟୀ ଦୀର୍ଘ ୩୦ ବର୍ଷଧରି ଯୋରନ୍ଦା ଅଚଳରେ ରହି ଗଦିମରାମତି ଓ ତିଆରି କରି ଆସୁଥିଲେ । ଗତ ୭ ମାସ ହେଲା ସେ ଏହି ସ୍ଥାନରେ ରହୁଥିଲେ । ଘର ମାଲିକ ଶ୍ରୀ ସାହୁ ଆଜି ଘରଭଡ଼ା ପାଇଁ ତାଙ୍କ ପାଖକୁ ଯାଇଥିଲାବେଳେ ଏଭଳି ଘଟଣା ଦେଖି ସ୍ଥାନୀୟ ପୁଲିସ କୁ ଜଣାଇଥିଲେ ।

ଢେଙ୍କାନାଳ ରେ ରହୁଥିବା ତାଙ୍କ ପୁଅ ମହମ୍ମଦ ସକିଲ ଆସିବା ପରେ ଏକ ଏତଲା ଦେଇଥିଲେ। ତାଙ୍କ ବାପାଙ୍କର ଗ୍ୟାଷ୍ଟିକ ରୋଗ ରହିଥିଲା ବୋଲି କହିଥିଲା। ଏ ସ°ପର୍କରେ ଆଇଆଇସି କୁହନ୍ତି,ଶବଟି ୩/୪ଦିନର ହୋଇଥିବାରୁ କିଛି ଜଣାପଡୁନାହି । ଆସନ୍ତାକାଲି ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ପଠାଯିବ।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯାହା କିଛି ଜଣାପଡ଼ିବ । ପୋଲିସ ଅପମ୍ରୃତ୍ୟୃ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!