News
lipub
samparksetu

ରେଲୱେ ଟ୍ରାକରୁ ମେଟାଲ ଚୋରି ଅଭିଯୋଗରେ କବାଡି ମାଲିକ ସହ ୨ ଗିରଫ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରୁ ଇଂଜିନିୟରିଂ ମେଟାଲ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ରେଲୱେ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ମେନରୋଡ଼ ସ୍ଥିତ ଏସାର ପେଟ୍ରୋଲ ପମ୍ପ ପାଖ କବାଡି ଦୋକାନର ମାଲିକ ଏମ.ଡି ମୁକ୍ତା ଏବଂ ଫେରିବାଲା ମହେଶ୍ବର ପ୍ରଧାନ ।

ସୁକିନ୍ଦା-ଅନୁଗୁଳ ନୂତନ ରେଳପଥର ଆଳତୁମା ,ଶିବୁଳାପଶି ,ଚୁଳିଆ ନିକଟରୁ ରେଲୱେ ଇଂଜିନିୟରିଂ ମେଟାଲ ଗୁଡିକ ବାରମ୍ବାର ଚୋରି ହେଉଥିବା ନେଇ ରେଲୱେ କର୍ତ୍ତୃପକ୍ଷ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଢେଙ୍କାନାଳ ରେଲୱେ ପୋଲିସର ସହାୟତାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି l

ଶୁକ୍ରବାର ସମ୍ପୃକ୍ତ କବାଡି ଦୋକାନରେ ଏକ ଟ୍ରକରେ ମାଲ ଗୁଡିକ ଲୋଡ଼ ହେଉଥିବା ବେଳେ ପୋଲିସ ରେଡ଼ ମାରିଥିଲା ଏବଂ ଟ୍ରକ ମଧ୍ୟରୁ ରେଲୱେ ଟ୍ରାକର କ୍ଲିପ ଓ ଇଂଜିନିୟରିଂ ମେଟାଲକୁ ଗୁଡିକୁ ଜବତ କରିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଲୱେ ପୋଲିସ ପକ୍ଷରୁ ସୂଚନା ମିଳିଛି ।

new life
You might also like
error: Content is protected !!