News
lipub
samparksetu

ଭୁବନ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ

କଳା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଭୁବନ ମାଟିର ସ୍ବତନ୍ତ୍ର ପରିଚୟ। ଏହି ମାଟିରେ ଜନ୍ମହୋଇ ବହୁ କଳାକାର ପାଲା,ଯାତ୍ରା,ଟେଲିଭିଜନ ଓ ଚଳଚିତ୍ରରେ ଜଗତରେ କାର୍ଯ୍ୟକରି ଭୁବନ ସହରକୁ ଗୌରବାନ୍ବିତ କରିଛନ୍ତି ।

ତେବେ ଏହି ମାଟିରେ କଳାର ଉନ୍ନତି ଆଣିବା ଓ ନୂତନ କଳାକାର ସ୍ରୁଷ୍ଟି ପାଇଁ ଆଜି ମାନ୍ୟବର ବିଧାୟକ, ତଥା ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ୧୭ଲକ୍ଷ ଟଙ୍କା ବ୍ୟୟରେ ଏକ ସଂସ୍କୃତି ଭବନ ନିର୍ମାଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ପୂର୍ବତନ ଏନଏସି ଅଧ୍ୟକ୍ଷ ନନ୍ଦ କିଶୋର ସାହୁଙ୍କ ଦ୍ବାରା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କଳାକାର, ବୁଦ୍ଧିଜିବୀ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଛନ୍ତି ।

new life
You might also like
error: Content is protected !!