News
lipub
samparksetu

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ ର ସାଇକେଲ ରାଲି

ବର୍ତ୍ତମାନ କରୋନା ର ୨ୟ ଲହରରେ ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ର ର ମୋଦି ସରକାର ଲଗାତାର ଭାବେ ତୈଳ ଦର ବୃଦ୍ଧି କରିବାରେ ଲାଗିଛି । ଦେଶରେ କେତେକ ସ୍ଥାନରେ ୧୦୦.୦୦ ଟଙ୍କା ପାର ହୋଇସାରିଛି ଯାହାଦ୍ୱାରା କି ନିତ୍ୟବ୍ୟବହାର ସାମଗ୍ରୀ ତଥା ପନିପରିବା ଆଦି ର ଦର ଆକାଶ ଛୁଆଁ ରେ ପହଞ୍ଚିଛି । ୫ ମାସ ମଧ୍ୟରେ ୪୩ ଥର ବୃଦ୍ଧିଘଟିଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ।

ସରକାର ମହାମାରୀ ସମୟରେ ଟିକସ ବୃଦ୍ଧି ବାହାନା ରେ ସାଧାରଣ ଜନସାଧାରଣ କୁ ଲୁଟିବା ଓ ଉଭୟ ପେଟ୍ରୋଲ ,ଡିଜେଲ ଦର କୁ ତୁରନ୍ତ ହ୍ରାସ କରିବା ଦାବିରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ସକାଳ ୮ ଘଟିକା ସମୟରେ ଷ୍ଟେସନ ବଜାର ସ୍ଥିତ ଭୂତିଆ ପେଟ୍ରୋଲ ପମ୍ପ ଠାରୁ ଏକ ସାଇକଲ ଶୋଭଯାତ୍ରା ଆରମ୍ଭ ହୋଇ କୁଞ୍ଜକାନ୍ତ ନିକଟସ୍ଥ କପିଳାସ ପେଟ୍ରୋଲ ପମ୍ପ ଠାରେ ଶେଷ ହେବା ସହ ଦଳୀୟ ସଂକେତ ସହ ଶାନ୍ତିପୂର୍ଣ୍ଣ ଭାବେ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ସୁଭାସିନ ମହାକୁଡ଼, ସସ୍ମିତା ତୟାବ, ପୂର୍ବତନ କାଉନସିଲର ଗୋପାଳ ଚନ୍ଦ୍ର ସାହୁ, ବସନ୍ତ ବେହେରା, ସିନିଆର କଂଗ୍ରେସ ନେତା ପ୍ରେମ ଶଙ୍କର ମିଶ୍ର, ପ୍ରକାଶ ଚନ୍ଦ୍ର କୁଅଁର, ଜିଲ୍ଲା କୃଷକ ସଂଘ ସଭାପତି ବିପ୍ରବର ସାହୁ, ଲିଗଲ ସେଲ ଜିଲ୍ଲା ସଭାପତି ଅମ୍ଳାନ ଖଟୁଆ, ଜିଲ୍ଲା ଛାତ୍ର ସଭାପତି ଶୁଭମ ଦାଶ, ଯୁବ ନେତା ଆମର କୁମାର ସେନାପତି,ଋତୁରାଜ ନନ୍ଦ ଏବଂ ମାନଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

new life
You might also like
error: Content is protected !!