News
lipub
samparksetu

ଖୋଲିଲା ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍

ଆଜିଠୁ ଖୋଲିଛି ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍ । କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ କ୍ଲାସ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ କିଭଳି ହଷ୍ଟେଲରେ ସୁରକ୍ଷିତ ଭାବେ ରହିବେ, ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ଦେଇଛନ୍ତି ।

ସେହିପରି ସମସ୍ତ କୋଭିଡ୍ ଗାଇଡଲାଇନ ଅନୁଯାୟୀ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନେ କ୍ଳାସ ପାଠ ପଢା ଆରମ୍ଭ କରିଛନ୍ତି ।

ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟର ସାମାଜିକ ଦୂରତା ରଖାଯାଇଛି । ହାତକୁ ଧୋଇବା ଓ ସାନିଟାଇଜ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ବହୁ ମାସ ପରେ କ୍ଳାସରୁମ ପାଠପଢ଼ା ଆରମ୍ଭ ହୋଇଥିବାରୁ ସାଙ୍ଗ ମାନଙ୍କୁ ଭେଟି ଛାତ୍ରଛାତ୍ରୀ ମାନେ ଖୁସି ଜାହିର କରିଛନ୍ତି ।

new life
You might also like
error: Content is protected !!