News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୯୪% ରହିଛି

ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ମହାମାରୀ କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି।

  କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ରେଜଲ୍ଟ ଘୋଷଣା କରିଥିବା ବେଳେ ସନ୍ଧ୍ୟା ୬ଟା ପରଠାରୁ ଓ୍ବେବସାଇଟ୍‌ରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳାଫଳ । ଚଳିତ ବର୍ଷ ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥର କୌଣସି ସ୍କୁଲରେ ରେଜଲ୍ଟ ଶୂନ ହୋଇ ନାହିଁ।

ଢେଙ୍କାନାଳ ଜିଲ୍ଲାରେ ସମୁଦାୟ ୨୬୮ ଟି ସ୍କୁଲରେ ୧୬୧୪୦ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରେ ୧୫୮୦୮ ଜଣ ପାସ କରିଛନ୍ତି । ଜିଲ୍ଲାରେ ପାସ ହାର ୯୭.୯୪% ରହିଛି ।

A1ରେ ୬୮ ଜଣ , A2 ରେ ୭୬୬ , B1 ରେ ୨୦୬୧ ଜଣ , B2 ରେ ୩୨୯୨ ଜଣ , C ରେ ୩୫୯୨ ଜଣ , D ରେ ୩୧୩୩ ଜଣ , E ରେ ୨୮୯୬ ଜଣ , ୨୫୯ ଜଣ F ଗ୍ରେଡ ରେ ପାସ କରିଛନ୍ତି ।

new life
You might also like
error: Content is protected !!