News
lipub
samparksetu

ତୃଟିପୂର୍ଣ୍ଣ ରାସ୍ତା କାର୍ଯ୍ୟ ପାଇଁ ବର୍ଷା ଋତୁରେ ରାସ୍ତା ପାଲଟୁଛି ଜଳାଶୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ପଞ୍ଚାୟତର ଏକ ନମ୍ବର ଓ୍ବାର୍ଡଠାରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ପାଣି ଜମି ରହୁଛି। ଏହି ରାସ୍ତାଟି ଉପରେ ମାଧପୁର ଠାରୁ ମାର୍ଥାପୁର ପର୍ଯ୍ୟନ୍ତ ଗାଁ ର ଲୋକ ଯିବାଆସିବା କରନ୍ତି। ଲଗାଣ ବର୍ଷା ସମୟରେ କୃତ୍ରିମ ଜଳାଶୟ ପରି ଦେଖାଯାଏ।

ଗାଁ ରାସ୍ତା କଂକ୍ରିଟିକରଣ ହେଉଥିବା ବେଳେ ପୂର୍ବରୁ ଥିବା ପିଚୁ ରାସ୍ତା ଖୋଳାଯାଇ କଂକ୍ରିଟ କରାଯାଇଛି। ତେବେ ଗାଁ ର ବାହାରେ ଥିବା ପିଚୁ ଖୋଳା ଯାଇ ନଥିଲା ତା ଉପରେ କଂକ୍ରିଟ କରାଯାଇଛି। ଫଳରେ ରାସ୍ତାର ଏହି ଅଂଶର ରାସ୍ତା ପତନ ନିମ୍ନ ବା ଖାଲୁଆ ହୋଇଯାଇଛି। ଏହି ସମସ୍ୟା ସମାଧାନ ପାଇଁ ବର୍ତ୍ତମାନ ରାସ୍ତାର ପତନ ଉଚ୍ଚ କରିବା ଆବଶ୍ୟକ। ରାସ୍ତାରେ ଆଉ କିଛି କଂକ୍ରିଟ କଲେ ଜଳ ନିଷ୍କାସନ ହୋଇ ଯିବ।

ବର୍ଷା ଦିନେ ଜଳ ଜମୁଥିବା ହେତୁ ଶିଉଳି ପଡ଼ିଯାଏ ଯାହା ଫଳରେ ଲୋକ ଗୋଡ଼ ଖସି ପଡିଥାନ୍ତି। ତା ଛଡା ପାଣି ଜମୁ ଥିବା ହେତୁ ମଶାମାଛି ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏ ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶାସନକୁ ନିବେଦନ ଏ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ।

new life
You might also like
error: Content is protected !!