News
lipub
samparksetu

ଢେଙ୍କାନାଳ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ରାଧାକୃଷ୍ଣ ଯୁବକ ସଂଘ କଙ୍କିଳି ସହଯୋଗ ରେ କଙ୍କିଳି ହାଇ ସ୍କୁଲ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଭଲି ବଲ , ଶହେ ମିଟର ଦୌଡ, ଲମ୍ବ ଡିଅଁ କ୍ରୀଡା ପାଇଁ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଶହେ ରୁ ଉର୍ଦ୍ଧ୍ବ ଯୁବକ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ କଙ୍କିଳି ସରପଞ୍ଚ ଶ୍ରୀମତୀ ରେଣୁବାଳା ପଲ, ସମ୍ମାନିତ ଅତିଥି ଭାବେ କଙ୍କିଳି ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଇଶ୍ୱର ଚନ୍ଦ୍ର ମାଝୀ, କଙ୍କିଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସୋମନାଥ ବିଶ୍ଵାଳ ଉପସ୍ଥିତ ରହି ପ୍ରତିଯୋଗିତା ରେ ପ୍ରଥମ, ଦିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

new life
You might also like
error: Content is protected !!