ନବୋଦୟ ପରିକ୍ଷାରେ ୨ଛାତ୍ରଙ୍କ ସଫଳତା।ମଠକରଗୋଳା ଶିଶୁମନ୍ଦିରର ୨ଛାତ୍ର ସୋମନାଥ ଲେଙ୍କା ଓ ପ୍ରିୟାଶୁଂ ବରାଳ ପରିକ୍ଷାରେ ଶତପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହାକୁ ନେଇ ୨ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।
ଗତ ମାସରେ ନବୋଦୟରେ ଅଧୟନ ନିମନ୍ତେ ଚୟନ ପ୍ରକ୍ରିୟା କରାଯାଇଥିଲା।ତେବେ ଫଳାଫଳ ଆସିବା ପରେ ଶିଶୁ ମନ୍ଦିରର ୨ଛାତ୍ରଙ୍କ ସଫଳତା ଆସିବା ପରେ ଗୁରୁଜି ଓ ଗୁରୁମାଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସହ ସ୍କୁଲ ପରିସରରେ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।
ତେବେ ଶିଶୁମନ୍ଦିରର ସଭାପତି ସଂଧ୍ୟାରାଣି ନାୟକ ଏହି ୨ଛାତ୍ରଙ୍କୁ ସଫଳତା ପାଇଥିବା ଶିଶୁ ମନ୍ଦିରର ପରିସରରେ ସମ୍ବର୍ଧନା କରିଥିଲେ।୨ଛାତ୍ର ଆହୁରି ସଫଳତାର ଶିଡି ଚଢନ୍ତୁ,ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି।୨ଛାତ୍ର ଶିଶୁ ମନ୍ଦିରର ପଠନ କରିବା ସମୟରୁ କଠିନ ପରିଶ୍ରମ କରୁଛନ୍ତି।ଯାହା ଫଳରେ ଆଜି ସେମାନଙ୍କୁ ଏହି ସଫଳତା ହାସଲ କରିପାରିଥିବା ସଭାପତି କହିଛନ୍ତି।ଯାହାର ଶ୍ରେୟ ତାଙ୍କର ଶିଶୁମନ୍ଦିରର ଗୁରୁଜି,ଗୁରୁମା ଓ ଅଭିଭାବକଙ୍କୁ ଦେଇଛନ୍ତି ୨ଛାତ୍ର।
