ଢେଙ୍କାନାଳରେ ହିଂସା ଓ ଅପହରଣ ଗତ କିଛି ଦିନ ହେଲା ବଢ଼ିବା ସହିତ ଧଳା ଜହର କାରବାର ମଧ୍ୟ ବଢ଼ି ଚାଲିଛି l ନିଶା କାରବାର ଯୋଗୁଁ ଯୁବ ପିଢ଼ି ବିପଥଗାମୀ ହେବା ସହ ବିଭିନ୍ନ ପ୍ରକାର ହିଂସାରେ ସେମାନେ ଲିପ୍ତ ରହୁଛନ୍ତି l ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସ୍ୱଳ୍ପ ପୁଲିସ ବଳ ବିଫଳ l ପ୍ରାୟ ଦୁଇ ମାସ ହେବ ଗଁଦିଆ ଥାନା ଅନ୍ତର୍ଗତ ଚଟିଘର ଆଦିବାସୀ ଗ୍ରାମର ମlଟାରାମ ଶୁଣ୍ଡି ଙ୍କର ସ୍ତ୍ରୀ ଓ ପାଞ୍ଚ ବର୍ଷ ର ନାବାଳିକା ଝିଅଙ୍କୁ ସେହି ଗ୍ରାମର ଗୌତମ ସାଏ ନାମକ ଜଣେ ବ୍ୟକ୍ତି ଅପହରଣ କରିନେଇଛନ୍ତି l ଅପହରଣ ଘଟଣା ୭.୮.୨୦୨୧ ରାତି ବାରଟାରେ ଘଟିଥିବା ବେଳେ କିଛି ଗ୍ରାମବାସୀ ଦେଖିଛନ୍ତି l ମlଟାରାମ ଗଁଦିଆ ଥାନାରେ ଏତେଲା କରିଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ l
ସେହିପରି ଟୋଲରପସି ଗ୍ରାମର ଜନୈକ ବିଧବା ମହିଳା ତାଙ୍କ ବାପ ଘର ସନ୍ଥସରାରେ ରହୁଥିବା ବେଳେ ତାଙ୍କ ପୁଅ କୁ ତାଙ୍କର ଜଣେ ସମ୍ପର୍କୀୟ ମିଛ କହି ନେଇଯାଇଛନ୍ତି l ଅନେକ ଖୋଜାଖୋଜି କଲାପରେ ମଧ୍ୟ ପାଉନାହାନ୍ତି l ଏବେ ଢେଙ୍କାନାଳ ସହର ଧଳା ଜହର କବଳରେ l କିଛି ଧଳା ଜହର ବିକ୍ରେତାଙ୍କୁ ପୁଲିସ କାବୁ କରିଥିବା ବେଳେ ଏହାର ମୁଖ୍ୟ ଆସାମୀକୁ ଧରିବାରେ ପୁଲିସ ବିଫଳ l ଏହି ଧଳା ଜହର କେଉଁଠୁ ଓ କେମିତି ଆସୁଛି ତାହା ମଧ୍ୟ ପୁଲିସର ମୁଣ୍ଡ ବ୍ୟଥା l ଗୁଇନ୍ଦା ବିଭାଗ କରୁଛି କଣ? ଏହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଅପହୃତା ମା, ନାବାଳିକା ଓ ନାବାଳକ ଙ୍କୁ ଖୋଜି ବାହାର କରିବା ଏବଂ ଧଳା ଜହର ବ୍ୟବସାୟ ଢେଙ୍କାନାଳରେ ବନ୍ଦ କରିବାପାଇଁ ଆମ୍ ଆଦମୀ ପାର୍ଟି ଦାବି କରିଛି l ଏହି ପରିପ୍ରେକ୍ଷୀରେ ଆପ୍ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ମଧୁସାହୁ ପାଟଣା ପଞ୍ଚାୟତ ସଭାପତି ବାବୁଲା ଖିଲାର, ସୁରେନ୍ଦ୍ର ଟାଇସମ, ଶ୍ୟାମସୁନ୍ଦର ଦରlଇ ପ୍ରମୁଖ ଢେଙ୍କାନାଳ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l
