News
lipub
samparksetu

ବିଦ୍ୟୁତ କର୍ମଚାରୀ – ଗ୍ରାମବାସୀ ଙ୍କ ମଧ୍ୟରେ ବିବାଦ ଘଟଣା ;ବିଦ୍ୟୁତ କର୍ମଚାରୀ ଙ୍କୁ ମାଡ଼ ଅଭିଯୋଗରେ ୩ ଗିରଫ

ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଂଚାୟତ ଦଲାର ଗ୍ରାମରେ ଗତ ମାସ ୨୯ ତାରିଖ ରେ ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ଘଟଣାରେ ଗୁରୁବାର ରାତି ରେ କବାଟ ହାଣି କାଳିଆ ଦେହୁରୀ ଙ୍କ ସହ ଆଉ ୨ ଜଣ ଙ୍କୁ ଗିରଫ କରିଛି ଗଁଦିଆ ପୋଲିସ ।

ସୂଚନା ଯୋଗ୍ୟ କି , ବିଦ୍ୟୁତ ବିଭାଗ ର କନିଷ୍ଟ ଯନ୍ତ୍ରୀ ଟିକେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ କିଛି କର୍ମଚାରୀ ଉକ୍ତ ଦଲାର ଗ୍ରାମକୁ ବେଆଇନ ଭାବରେ ହୁକ ପକାଇ ବିଦ୍ୟୁତ ଚୋରାରେ ନେଇ ବ୍ୟବହର କରୁଥିବା ଖବର ପାଇ ଚେକିଂ ଯାଇଥିଲେ ହେଲେ ସେଠାରେ କିଛି ଗ୍ରାମବାସୀ ଙ୍କ ସହିତ ପାଟିତୁଣ୍ଡ ଫଳରେ ସେମାନେ ଘେରି ଯାଇ ଜେଇ ଙ୍କ ସମତେ କମାରସିଆଲ ଅଧିକାରୀ ଙ୍କ ସମତେ ଅନ୍ୟ କର୍ମଚାରୀ ମାନଙ୍କୁ ମାଡ଼ ମାରି ଆହତ କରିଥିଲେ ଏବଂ ଜେଇ ଙ୍କ ଲିଖିତ ଅଭିଯୋଗରେ ପୋଲିସ ତଦନ୍ତ କରିଥିଲା ।

ପୋଲିସ ଏହି ଘଟଣାରେ ପୂର୍ବରୁ ଉକ୍ତ ଗ୍ରାମର ରମେଶ ଖଟୁଆ କୁ ଗିରଫ କରିଥିବା ବେଳେ ଏହି ଘଟଣାର ସମ୍ପୃକ୍ତ ଆଉ ୩ ଜଣ ତଥ ନକୁଳ ଦାସ , ସୁବାସ ଦେହୁରୀ ,ଓ ନନ୍ଦ ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଁଦିଆ ପୋଲିସ ।

ହେଲେ ଅପର ପକ୍ଷରେ କନିଷ୍ଟ ଯନ୍ତ୍ରୀ ହୁକ ଚେକିଂ ଆଳରେ ଉକ୍ତ ଗ୍ରାମର ପ୍ରମୋଦ ଦାସ ଙ୍କ ଘରେ ପଶି ତାଙ୍କ ପତ୍ନୀ ଙ୍କ ଶହ ଯୁକ୍ତି ତର୍କ କରିବା ସହିତ ତାଙ୍କୁ ଗାଳିଗୁଲଜ କରି ହଟାତ ପେଲି ଦେବା ଶହ ତାଙ୍କର ଏକ ସୁନା ଚେନ ନେଇଯିବା ଘଟଣାକୁ ଗଁଦିଆ ଥାନାରେ ଜେଇ ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପୋଲିସ ଦୁଇଟି କେସ ନଂ ୧୭୫ ଓ ୧୭୬ରେ ମାମଲା ରୁଜୁ କରିଥିଲେ ସୁଦ୍ଧା ଏକ ପାଖିଆ ଭାବରେ ଗ୍ରାମବାସୀ ମାନଙ୍କୁ ଗିରଫ କରି ଚାଲିଥିବା ବେଳେ ବିଦ୍ୟୁତ ବିଭାଗ ଜେଇ ଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବ ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ଏହି ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ କୁହନ୍ତି ଉକ୍ତ କେସ ର ତଦନ୍ତ ଜାରି ରହିଛି ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

new life
You might also like
error: Content is protected !!