ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବହିର୍ବିଭାଗ ଠିକ ସମୟରେ ନଖୋଲିବା ଏବଂ ୬ ମାସ ପରେ ମଧ୍ୟ ଚଷମା ନମିଳିବାରୁ ରୋଗୀମାନେ ହଟହଟା ହେଉଛନ୍ତି l
ଗତ ଶନିବାର ଦିନ ସକାଳ ସାଢେ ୯ ଟା ପର୍ଯ୍ୟନ୍ତ ଚକ୍ଷୁ ବିଭାଗ ଡାକ୍ତର ନଆସିବାରୁ ରୋଗୀ ମାନଙ୍କ ମନରେ ବିଭିନ୍ନ ସନ୍ଦେହ ଜାତ ହେବା ସହିତ ହଇରାଣ ହଉଛନ୍ତି l
ପ୍ରକାଶ ଥାଉକି, ଏହି ବିଭାଗ ଟି ମନମାନୀ କରି ସାଢେ ୧୧ ଟା ରେ ରୋଗୀ ମାନଙ୍କୁ ଅଣଦେଖା କରନ୍ତି l କହିବାକୁ ଗଲେ ଏହି ବିଭାଗ ଟି ଅଢେଇ ରୁ ତିନି ଘଣ୍ଟା କାମ କରେ l ପ୍ରତି ମାସରେ ଦରମା ମିଳୁଥିବା ବେଳେ ଏପରି ସ୍ଥଳେ ଆମ ଟିକସ ର ଅପବ୍ୟବହାର ହେଉଛି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଆଲୋଚନା କରିଥିଲେ l
ତାଛଡା ଚକ୍ଷୁ ଡାକ୍ତର ଲେଖୁଥିବା ଆଖି ଔଷଧ ଢେଙ୍କାନାଳ ଚିକିତ୍ସାଳୟରେ ମିଳୁନାହିଁ , ଡାକ୍ତର କୁହନ୍ତି ବାହାରୁ କିଣିବ l ସରକାର ମାଗଣା ଔଷଧ ବାଣ୍ଟୁଛନ୍ତି ବୋଲି ଡିଙ୍ଗୁରରା ପିଟୁଥିବା ବେଳେ ସେପଟେ ରୋଗୀ ମlନେ ଖର୍ଚ୍ଚାନ୍ତ ହେଉଛନ୍ତି l
ସେହିପରି ରୋଗୀଙ୍କୁ ସରକାରଙ୍କ ତରଫରୁ ମାଗଣା ଚଷମା ପ୍ରଦାନ ର ବ୍ୟବସ୍ଥା ଥିବାବେଳେ ତାହା ୬ ମାସ ବିତିଗଲା ପରେ ମଧ୍ୟ ମିଳୁନାହିଁ l ଫଳରେ ଏହି ସମୟ ଭିତରେ ଚକ୍ଷୁ ର ମାନଙ୍କ ବଦଳି ଯାଏ l ଡ଼ା ମହାପାତ୍ର କୁହନ୍ତି ପ୍ରତି ୬ ମାସ ରୁ ୧ ବର୍ଷ ମଧ୍ୟରେ ଚକ୍ଷୁ ପରୀକ୍ଷା କରିବା ଉଚିତ l
ସେହି କ୍ରମରେ ସରକାର ଯୋଗାଉଥିବା ଚଷମା ଗୁଡିକ କୌଣସି ରୋଗୀଙ୍କର କାମରେ ଆସେ ନାହିଁ l ସେଗୁଡିକୁ ବିଭାଗୀୟ କର୍ତୃପକ୍ଷ କଚଡ଼ା ବାକ୍ସ ରେ ପକାନ୍ତି l ଦାୟୀତ୍ୱ ରେ ଥିବା କର୍ମଚାରୀ କହିଥିଲେ ଯେ ମାର୍ଚ୍ଚ ପର୍ଯ୍ୟନ୍ତ ରୋଗୀମାନଙ୍କର ଚଷମା ଆସିଯାଇଛି ,ତାପରେ ଆସିନି l ଏହିପରି ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ପାଇଁ ଜନ ସାଧାରଣ ଦାବି କରିଛନ୍ତି l
