News
lipub
samparksetu

କାମାକ୍ଷାନଗର ସମାଟାଙ୍ଗି ଗାଁ ରେ ଭୟାନକ ଅଗ୍ନିକାଣ୍ଡ ; ଜଳିଗଲା ୬ ବଖରା ଘର !

କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗାଁରେ ଭୟାବହ ଅଗ୍ନିକାଣ୍ଡରେ କୈଳାସ ସାହୁ(କଇ)ଙ୍କ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ୬ ବଖରା ଘର ସହ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଟଙ୍କା ସବୁ ପୋଡ଼ି ପାଉଁଶ ହୋଇଯାଇଛି।

ନିକଟ ଅତୀତରେ କୈଳାସଙ୍କ ସାନ ପୁଅ ବିବାହ କରିଥିଲେ। ବିବାହରେ ମିଳିଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ସମ୍ପୂର୍ଣ୍ଣ ଘର ଆଖି ପିଛୁଳାରେ ଜଳି ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନୀକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଘଟଣାସ୍ଥଳରେ କାଦୁଆ ରାଜସ୍ବ ନିରିକ୍ଷକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି।

new life
You might also like
error: Content is protected !!