News
lipub
samparksetu

ପୁଟୁଳି ବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଭୀମ ନଗରୀ ଥାନ ର ବାର୍ଷିକ ଉତ୍ସବ ଥାନ ସଭାପତି ଶ୍ରୀ ଯୁକ୍ତ ଗୋବର୍ଦ୍ଧନ ନାୟକ ଙ୍କ ସଭାପତିତ୍ବରେ ମାର୍ଚ୍ଚ ମାସ ଚଉଦ ତାରିଖରେ ଝାରଦାଗ୍ରାମର ଗିରିଧାରୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଉତ୍ସବରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ଯ ସମାଜ
(କେନ୍ଦୁପାଟଣା ମଣ୍ଡଳ) କେନ୍ଦ୍ରୀୟ ସଭାପତି ଶ୍ରୀଯୁକ୍ତ ରଶ୍ମି କାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।

ତାଙ୍କ ବକ୍ତବ୍ୟରେ ଶ୍ରୀ ସାହୁ ଯୁବପିଢି ଓ ମହିଳା ମାନେ ସାମିଲ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲାବେଳେ ସଭ୍ୟ ଦ୍ବାରିକା ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପୁର୍ବତନ ଥାନ ପାତ୍ର ଗିରିଧାରୀ ସାହୁ , ନୃସିଂହ ଚରଣ ନାୟକ, ସଭ୍ୟ ମୋହନ କୁମାର ସାହୁ,ଶରତ ଚନ୍ଦ୍ର ପ୍ରୁଷ୍ଠି ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

କେନ୍ଦ୍ରୀୟ ସହ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଅସୁସ୍ଥତା ଯୋଗୁଁ ଆସି ନପାରି ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଭାରେ ପ୍ରାୟ ୮୦ ଜଣ ସଭ୍ୟ ଯୋଗଦାନ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା ।

new life
You might also like
error: Content is protected !!