ପରଜଙ୍ଗ ବ୍ଲକ ଜାମୁନାଳୀ ଗ୍ରାମରେ ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ୧୦୨ତମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପଣ୍ଡିତ ଲୋକ ଭଦରା ହେଉଛନ୍ତି ଆଦିବାସୀ “ହୋ” ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଆଜିର ଏହି ସମାରୋହରେ ଆଦିବାସୀ ଚେତନା ସଂଗଠନ, ଆଦିବାସୀ ମୁକ୍ତି ସଂଗଠନ, ମାଝୀ ପରିଗଣ ମହଲ, ବାବା ସାହେବ ଆମ୍ବେଦକର ସଂଘ ବିଭିନ୍ନ ଗାଁ ର ସମାଜସେବୀ ଯୋଗ ଦେଇଥିଲେ। ପାଞ୍ଚ ଶହରୁ ଅଧିକ ଆଦିବାସୀ ପଣ୍ଡିତ ଲୋକ ଭଦରାଙ୍କ ଜୟନ୍ତୀରେ ଭାଗ ନେଇଥିଲେ। ଆଦିବାସୀ ସମାଜରେ ଭାଷା, ଭେଷ, ଲିପି, ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ପଣ୍ଡିତ ଲୋକ ଭଦରାଙ୍କ ଜୟନ୍ତୀ ପାଳିତ ହେଉଛି।
