ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ କାବୁ କରିଛି ଢେଙ୍କାନାଳ ପୋଲିସ ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମ ନିକଟରେ ଏହି ଡକାୟତି ଗ୍ୟାଙ୍ଗ ସହ ପୋଲିସର ଛକା ପଞ୍ଝା ପରେ ଶେଷରେ ସଫଳ ହୋଇଛି ପୋଲିସ । ଡକାୟତମାନେ ପଳାଉଥିବା ଏକ ମାରୁତି ଡିଜାୟାର କାରକୁ ପୋଲିସ ଜବତ କରିଥିବା ବେଳେ କାରରୁ ୩ଟି ପିସ୍ତଲ ଜବତ କରିଛି ।
ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍ କରି ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।କିନ୍ତୁ ଫେରାର୍ ପରେ ସେମାନେ ଅନୁଗୁଳ ଆଡ଼କୁ ଯାଉଥିବା ନେଇ କୌଣସି ପ୍ରକାର ସୂଚନା ପାଇଥିଲା ପୋଲିସ। ପରେ ଅପରାଧୀଙ୍କୁ ପିଛା କରିଥିଲା ଏବଂ ସେମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲା। ହେଲେ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ପୋଲିସ ହାତରୁ ଜଣେ ଅପରାଧୀ ଖସି ଯାଇଛି। ଗିରଫ ତିନି ଜଣ ମଧ୍ୟରୁ ବୌଦ୍ଧ, ଆଠଗଡ଼ ଓ କଟକ ନିଆଳି ଅଂଚଳର ବୋଲି ଜଣାପଡିଛି ।
[
