News
lipub
samparksetu

ଭାଲୁ ଆକ୍ରମଣରେ ମହିଳା ଗୁରୁତର କଟକ ବଡମେଡିକାଲ ଭର୍ତ୍ତି

ଭାଲୁ ଆକ୍ରମଣରେ ନିହାଲପ୍ରସାଦ ଅଂଚଳର ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଗଁଦିଆ ବ୍ଲକ ନିହାଲପ୍ରସାଦ ଥାନା ଅନ୍ତର୍ଗତ ରତନପୁର ପଂଚାୟତ ଏରପଦା ରାଜସ୍ବ ଗ୍ରାମ ଅଧୀନ କଣ୍ଟାପାଟଣା ପଡା ଗ୍ରାମର ଗଣେଶ୍ୱର ବେହେରା ଙ୍କର ଧର୍ମପତ୍ନୀ ସାବିତ୍ରୀ ବେହେରା ଆଜି ସକାଳ ପ୍ରାୟ ୮ତା ସମୟରେ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡ଼ିଥିଲେ ।

ଉକ୍ତ ଭାଲୁଟି ଗତକାଲି ଲଗାଣ ବର୍ଷାରେ ପାଖରେ ଥିବା ନିଶ୍ଚିତା ପାହାଡ଼ରୁ ଗ୍ରାମ ମଧ୍ୟକୁ ଚାଲିଆସିଥିବାର ଅନୁମାନ କରାଯାଉଛି । ଭାଲୁ ଆକ୍ରମଣ ରେ ତାଙ୍କ ହାତ ଗୋଡ଼ ରେ ଗଭୀର କ୍ଷତ ଶ୍ରୁଷ୍ଟି ହୋଇଛି । ତା ସହିତ ତାଙ୍କ ଖପୁରିର ଉପରିସ୍ଥ ଭାଗକୁ ସମ୍ପୂର୍ଣ୍ଣ ଭାବରେ କରିଛି ଭାଲୁ ।

ତାଙ୍କୁ ଗୁରୁତର ଅବସ୍ଥାରେ ସିଧାସଳଖ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!