News
lipub
samparksetu

ମାଂସ ଦୋକାନ ଉପରକୁ ମାଡିଗଲା କାର ,ଦୁର୍ଘଟଣାରେ ୨ ଗୁରୁତର ୬ ଆହତ

ଭୁବନ ଥାନା ନିଳକଣ୍ଠପୁର ଛକ ନିକଟରେ ଢେଙ୍କାନାଳ ରୁ ଯାଜପୁର ଯାଉଥିବା ଏକ ସ୍ୱିଫ୍ଟ କାର OD 06 G 5936 ଗାଡି ଚାଳକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଏକ ମାଂସ ଦୋକନ ଉପରେ ଚଢି ଯାଇଥିଲେ ।

ଏହି ଦୁର୍ଘଟଣାରେ ୨ ଗୁରୁତର ୬ ଜଣ ଆହତ ହିଇଛନ୍ତି । କାର ଚାଳକ ସ୍ବାଧିନ ବର୍ମା ଓ ମାଂସ ଦୋକନ ର ଗ୍ରାହକ ଦେଉଳସାହି ଗ୍ରାମ ର ଆର୍ତବନ୍ଧୁ ବେହେରା ଗୁରୁତର ହୋଇଛନ୍ତି ।

ଖବର ନେବାରେ ଜଣାଯାଏ ଯେ ଦୋକାନ ମାଲିକ ନୀଳକଣ୍ଠପୁର ଗ୍ରାମ ର ମନମୋହନ ମଲ୍ଲିକ ଦୋକାନ ରେ ବସିଥିଲେ ,ଗଁଦିଆ ଥାନା କାବେରା ଗ୍ରାମ ର ମାଂସ କଟାଳି କାବୁଲା ମଲ୍ଲିକ ଗ୍ରାହକ ବିଜୟନଗର ଗ୍ରାମ ର କାହ୍ନୁ ମଲ୍ଲିକ (୫୫) ଅଁଳାଝରୀ ଗ୍ରାମ ର ବିଭୁ ପାତ୍ର (୩୧) ଓ ଚାଳକ ଙ୍କ ସ୍ତ୍ରୀ ରମା ବୈଶାଖ (୨୯)ଏବଂ ତାଙ୍କ ପୁଅ ଦିବ୍ୟାଶୁଂ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଜବଦ କରି ତଦନ୍ତ ଆରମ୍ଭ କରିଛି।ସ୍ବାଧିନ ବର୍ମା ଯାଜପୁର କଳିଙ୍ଗନଗର ର ଟାଟା ମେଡିକାଲ ର ମ୍ୟାନେଜେର ଭାବେ କାମ କରନ୍ତି ,ତାଙ୍କୁ ଟାଟା ମେଡିକାଲ ଓ ଗ୍ରାହକ ଆର୍ତବନ୍ଧୁ ବେହେରାଙ୍କୁ ଢେଙ୍କାନାଳ ମୁଖ୍ୟଡାକ୍ତରଖାନା ଙ୍କୁ ପଠାଯାଇଛି ।

ଚାଳକ ଜଣଙ୍କ ତାଙ୍କ ପରିବାର ସହ ଯାଜପୁର ଯାଉଥିଲେ. ଭାରସାମ୍ୟ ହରାଇ ମାଂସ ଦୋକାନ କୁ ପଶିଯିବା ବେଳେ ଦୋକାନ ର ଗୋଟିଏ ବାଉଁଶ କାର ଆଗକାଚ ଭାଙ୍ଗି ଚାଳକ ଙ୍କ ଛାତି ରେ ମାଡ଼ ହୋଇଥିଲା ।ତେବେ ଅନ୍ୟ ୬ ଜଣ ଏବେ ବି ଭୁବନ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାଯାଇଛି ।

new life
You might also like
error: Content is protected !!