News
lipub
samparksetu

କୂଅରେ ପଡ଼ି ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ଭୂଷଳ ଗ୍ରାମର ସୁରେଶ ପଣ୍ଡାଙ୍କର ବିବାହିତା କନ୍ୟା ସ୍ୱର୍ଣ୍ଣପ୍ରଭା(୩୦) ଆଜି ଭୋର ସମୟରେ ବାଡ଼ି କୂଅରୁ ପାଣି କାଢୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯିବାରୁ ସେ କୂଅରେ ପଡି ଯାଇଥିଲେ ।

ପରିବାର ଲୋକେ ସଙ୍ଗେ ସଙ୍ଗେ ଭୁବନ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଥିଲେ ତାଂକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ଡାକ୍ତର ମୃତକ ଘୋଷଣା କରିଥିଲେ ।

ସ୍ୱର୍ଣ୍ଣପ୍ରଭା ଢେଙ୍କାନାଳ ସଦର ଵଣସିଂହ ଗ୍ରାପ ମାଧବାଲୁଅ ଗ୍ରାମରେ ବିବାହ କରିଥିଲେ ପାରିଵାରୀକ କଳହ ହେତୁ ସେ କିଛି ବର୍ଷ ହେବ ବାପ ଘରେ ରହୁଥିଲେ , ତାଙ୍କର ଏକମାତ୍ର କନ୍ୟା ସ୍ୱାମୀଙ୍କ ପାଖରେ ରହୁଥିବାର ସୂଚନା ।

new life
You might also like
error: Content is protected !!