ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ ଥିବାବେଳେ ଦୁଇଟି ଗ୍ରାମ ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଛି । ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ତିରିଶ ପରିବିର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ଚାରିଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଅଦ୍ୟାବଧି ପ୍ରଶାସନ ବନ୍ୟା ପିଡିତ ଅଞ୍ଚଳରେ ପହଞ୍ଚି ପାରିନାହାଁନ୍ତି ।
ଅନ୍ୟପଟେ ଟେ ସୁରପ୍ରତାପପୁର ପଞ୍ଚାୟତର ମାଳପୁରା ଗ୍ରାମରେ ଡମଶାଳ ନାଳର ପାଣି ତିନି ଫୁଟର ଲହଡି ମାରୁଛି । ଭୁବନଠାରୁ ଏକତାଳୀ, ନିମେଇପୁର, ଚନ୍ଦାର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୁଇ ତିନି ଫୁଟ ପାଣି ଯାଉଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।
