News
lipub
samparksetu

ଜାଇକା ଦ୍ୱାରା କ୍ଷେତ୍ର ପରିଦର୍ଶନ

ରେଙ୍ଗାଳୀ ବାମ କେନାଲର ସିଷ୍ଟର ଅନୁଷ୍ଠାନ ଜଳଭୂମି ପରିଚାଳନା ସଂସ୍ଥା ଦ୍ୱାର ଭୁବନ ବ୍ଲକ ବାରୁଆଁ ପଚାଂୟତ କଂସରଗୋଡା ଗ୍ରାମରେ ବାଲୁଙ୍କେଶ୍ୱର ପାଣି ପଚାଂୟତର ପ୍ରମୁଖ ଚାଷୀଙ୍କ ଦ୍ୱାରା କରାଯାଇଥିବା ଧାନ ଚାଷର କ୍ଷେତ୍ର ପ୍ରର୍ଦଶନ ଜାଇକା ପ୍ରକଳ୍ପର ଅଧିକାରୀ ମାନେ ପରିଦର୍ଶନ କରିଥିଲେ ।

ରେଙ୍ଗାଳୀ ପ୍ରକଳ୍ପର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇଂ ଦାମୋଦର ସାହୁ , ପ୍ରକଳ୍ପ ପରିଚାଳନା ଉପଦେଷ୍ଠା କୃଷଚନ୍ଦ୍ର ରାଉତ ଜିତେଶ ରାଉତ ଉପନିର୍ଦ୍ଦେଶକ ଇଂ ବଂଶୀଧର ସ୍ୱାଇଁ ଆମୋଦ ପ୍ରଧାନ ପ୍ରଶାନ୍ତ ପ୍ରଧାନ ଜଳ ଭୂମି ପରିଚାଳନା ସଂସ୍ଥା ର ଭୁବନ ଶାଖା ପରିଚାଳକ ପ୍ରଦ୍ୟୁମ୍ନ ମିଶ୍ର, କୃଷି ବିଶେଷଜ୍ଞ ରଂଜନ ନାୟକ ପ୍ରମୁଖ କ୍ଷେତ୍ର ପରିଦର୍ଶନରେ ଯାଇଥଲେ ।

new life
You might also like
error: Content is protected !!