ଭୁବନ ଥାନା ଅର୍ନ୍ତଗତ ଭୁଷଳ ପଚାଂୟତର ସାଇରାମପୁର ଗ୍ରାମର ଜନୈକ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଦେହ ଅସୁସ୍ଥାତା ଦେଖାଇବାକୁ ଭୁବନ ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଙ୍କ ନିକଟରେ ଭିଡ ଥିବାରୁ ଚୈ।କିରେ ବସି ଅପେକ୍ଷା କରିଥିଲେ ଚକେତେବେଳେ ପାଳି ପଡିବ । ହଠାତ ଡାକ୍ତର ଡାକିଦେବାକୁ ସେ ଚୈକିରେ ମୋବାଇଲି ଥୋଇଦେଇ ପଳାଇଯାଇଥିଲେ । ଡାକ୍ତରଦେଖାଇବା ପରେ ମୋବାଇଲି ଖୋଜିବା ବେଳକୁ ନାହିଁ । ଏନେଇ ଡାକ୍ତରଖାନାର ସିସିଟିଭି ଚେକ କରିବା ପରେ ମୋବାଇଲି ଚୋରଣୀ ଧରା ପଡିଥିବା ଜଣାଯାଇଛି ।ତେବେ ଏନେଇ ମୋବାଇଲି ଚୋରଣୀଙ୍କ ପରିଚୟ ମିଳିନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ଭୁବନ ଥାନାରେ ସିଦ୍ଦେଶ୍ୱର ପରିଡା ଏତଲା ଦେଇଥିବା ଜଣାପଡିଛି ।
