News
lipub
samparksetu

କୁକୁର ମୁହଁରୁ ଜୀବନ୍ତ ଖୁରିଙ୍ଗ କୁ ଉଦ୍ଧାର କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନବିଭାଗ ଅଧିନସ୍ତ ବେଗା ଗ୍ରାମରେ ଗତକାଲି ସକାଳ ପ୍ରାୟ ୮ଘଟିକା ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ଏକ ଖୁରିଙ୍ଗ ଗାଁ ଭିତରକୁ ପଶିଆଶିଥିଲା ।

ଦୁର୍ଭାଗ୍ୟ ବଶତଃ ବୁଲା କୁକୁର ମାନଙ୍କ ହାବୁଡ଼ରେ ପଡିଯାଇଥିଲା । କୁକୁର ମାନଙ୍କର ଆକ୍ରମଣରେ ଘାଇଲା ହେବା ପୂର୍ବରୁ ଗାଁର ଯୁବକ ମାନଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସୁରକ୍ଷିତ ଅବସ୍ଥା ରେ ଖୁରିଙ୍ଗ ଟିକୁ ଉଦ୍ଧାର କରି ଷଡ଼ଙ୍ଗୀ ବନବିଭାଗ କୁ ହସ୍ତାନ୍ତର କରିଥିଲେ । ବେଗା ଗ୍ରାମ ଯୁବକ ମାନଙ୍କର ଏପରି ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ର ସୁଅ ଛୁଟିଛି ।

new life
You might also like
error: Content is protected !!