News
lipub
samparksetu

ଆତ୍ମହତ୍ୟା କଲେ ସୁନାରୀ

ସୁନାକାରିଗର ଭାବେ ଦୀର୍ଘ ଦିନଧରି ଦେବଗଡରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଥିବା ଜଣେ ବ୍ୟକ୍ତି ଆର୍ଥିକ ସଂଙ୍କଟ ଯୋଗୁ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଖବରନେବାରେ ଜଣାପଡିଛି ଯେ ଭୁବନ ସହରର ନୂଆଭୁବନ ବାସିନ୍ଦା ସ୍ୱର୍ଗତ ଙ୍କ ପୁଅ ମାଧବାନନ୍ଦ ସାହୁ (୫୯) ଗୁରୁବାର ବିଳମ୍ବିତ ରାତିରେ ବିଷ ପିଇଦେବାରୁ ତାଙ୍କୁ ପରିବାର ଲୋକ ପ୍ରଥମେ ଭୁବନ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାଧବାନନ୍ଦ ପେଶାରେ ଜଣେ ସୁନା କାରିଗର । ଗାଁ ଗାଁ ବୁଲି ସୁନାଝଲେଇ ଠାରୁ ଆରମ୍ଭ କରି ରୂପା କାମ କରି ପରିବାର ପ୍ରତିପୋଷଣ କରନ୍ତି । କରୋନା ଯୋଗୁ ଆଉ ଦେବଗଡ ଯାଇପାରିଲେ ନାହିଁ ମାଧବାନନ୍ଦ । ସଂଚିତ ଅର୍ଥ ଶେଷ ହୋଇଗଲା ମ୍ୱାନସିକ ଚିନ୍ତାରେ ରହିଲେ ମାଧବାନନ୍ଦ । ଧୀରେ ଧୀରେ ସୁନାର ତାରକଶି କାମ ମଧ୍ୟ ଘରୋଇଭାବେ ନହୋଇ ମେସିନ ଦ୍ୱାରା କରାଗଲା । ଫଳରେ ବୁଡିଗଲା କୁଳ ବେଉସା ।

କୌଳିକ ବୃତ୍ତି ଭାବରେ ଆପଣାଇଥିବା ବୃତ୍ତିରୁ ମନ ହଟାଇ ପାରିନଥିଲେ ମାଧବାନନ୍ଦ । ନିଜେ ଏବଂ ନିଜର ଦୁଇ ପୁଅଙ୍କୁ ମଧ୍ୟ ସେହି କାମରେ ନିୟୋଜିତ କରାଇଥିଲେ । ହେଲେ କାମ ନମିଳିବାରୁ ସାନ ପୁଅ ଅନ୍ୟତ୍ର ପେଟ ପୋଷିବାକୁ କଂପାନୀରେ କାମ କରିବାକୁ ବାଧ୍ୟ ହେଲେ । ମାଧବାନନ୍ଦ ମାନସିକ ଚାପରେ ରହିଥିବା ସମୟରେ ଦେବଗଡର ଜଣେ ମହିଳା ମଧ୍ୟ ମାଧବାନନ୍ଦଙ୍କୁ ଟଙ୍କା ଧାର ଦେଇଥିବାରୁ ଟଙ୍କା ପାଇଁ ଭୁବନକୁ କିଛି ଦିନ ହେଲା ଆସିରହିଥିଲେ ।

ମାଧବାନନ୍ଦ ବିଷ ପିଇ ଆତ୍ମହତ୍ୟା କରିବା ପରେ ଭୁବନ ପୋଲିସ ସଂପୃକ୍ତ ମହିଳାଙ୍କୁ ନେଇ ପଚରାଉଚରା ଜାରିରଖିଥିବା ଜଣାପଡିଛି ।

new life
You might also like
error: Content is protected !!