News
lipub
samparksetu

ଚୋରା କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ ଏକ ଚୋରା
କୋଇଲା ବୋଝେଇ ଟ୍ରକକୁ ପୋଲିସ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି ।

ପୋଲିସ ପାଟ୍ରୋଲିଂ ସମୟରେ ଏକ ୧୨ ଚକିଆ ଟ୍ରକ ନଂ ଓଡି୧୬ବି୯୮୨୮ରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଅଟକାଇଥିଲା । ଡ୍ରାଇଭର କୋଇଲାର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଏହା ଚୋରା କୋଇଲା ବୋଲି ଜଣାପଡିଥିଲା ।

ଏ ସଂକ୍ରାନ୍ତରେ ସଦର ଥାନାରେ ୩୭୯/୨୧ରେ ଏକ ମାମାଲା ରୁଜ୍ଜୁ କରାଯାଇଥିବା ବେଳେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇ
କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ତାର ଘର ସୁନ୍ଦରଗଡ ଜିଲ୍ଲା ପାମରା ଗ୍ରାମରେ ବୋଲି ଜଣାପଡିଛି । ଟ୍ରକରେ
୨୨ଟନ କୋଇଲା ଥିବାର ପୋଲିସ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!