News
lipub
samparksetu

ଗୋଟିଏ ନମ୍ବର ୩ଟି ସେବା, ଆରମ୍ଭ ହେଲା ୧୧୨ ସେବା

ଏଣିକି ଗୋଟିଏ ନମ୍ବରରେ ମିଳିବ ସମସ୍ତ ଜରୁରୀକାଳୀନ ସେବା, ନିଆଁ ଲାଗିଲେ ଅଗ୍ନିଶମ ବାହିନୀ, ଆଇନଶୃଙ୍ଖଳା ପାଇଁ ପୋଲିସ ଏବଂ ଦେହ ଖରାପ ପାଇଁ ଆମ୍ବୁଲାନ୍ସ ଏହି ୩ ପ୍ରକାର ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ନମ୍ବର ୧୧୨ ଆରମ୍ଭ କରିଛନ୍ତି ।

ଫଳରେ କୌଣସି ଅପ୍ରୀତିକର ପରିସ୍ଥିତିରେ ଉପୁଜିଲେ ୧୦୦, ୧୦୨ କିମ୍ବା ୧୦୮ ଡାଏଲ୍ କରିବାକୁ ପଡ଼ିବ ନାହିଁ କେବଳ ୧୧୨ ଡାଏଲ୍ କଲେ ସମସ୍ତ ବିଭାଗକୁ ମେସେଜ୍ ଚାଲିଯିବ ।

ଏହି ସାଧାରଣ ନମ୍ବରକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଢେଙ୍କାନାଳ ଏସପି କେ ଶିବା ସୁବ୍ରମଣୀୟମ୍ ପତାକା ହଲାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପୋଲିସ୍ ବିଭାଗର ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ମଧ୍ୟ ଉଦଘାଟନ କରାଯାଇଛି । ଏଣିକି ସାଧାରଣ ଲୋକେ ଗୋଟିଏ ନମ୍ବର ୧୧୨ କୁ ଡାଏଲ କରି ତିନୋଟି ସୁବିଧା ଅଗ୍ନିଶମ ବିଭାଗ , ପୋଲିସ୍ ବିଭାଗ ଏବଂ ଆମ୍ବୁଲାନ୍ସ ସେବା ପାଇପାରିବେ ବୋଲି ଏସପି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!