News
lipub
samparksetu

ଡ୍ରେନ ନିର୍ମାଣ ପାଇଁ ୱାର୍ଡ ବାସୀଙ୍କ ଦାବି

ଢେଙ୍କାନାଳ ପୌରାଞ୍ଚଳ ଅନ୍ତଗର୍ତ କଲେଜ ବାଇପାସ ଠାରୁ କୁଞ୍ଜକାନ୍ତ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରିବା ପାଇଁ ପୌରସଂସ୍ଥା ଅନ୍ତର୍ଗତ ଏକ ନମ୍ବର ଏବଂ ୨ ନମ୍ବର ୱାର୍ଡ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ନିବେଦନ କରିଛନ୍ତି ।

ଅଭିଯୋଗ ଅନୁସାରେ କଲେଜ ବାଇପାସ ଇଛାଦେଇପୁର କଲେଜ ବାଇପାସ ,କୁଞ୍ଜାକାନ୍ତ ଦେଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯାଉଛି । ରାସ୍ତାର ଉତ୍ତର ପାର୍ଶ୍ଵରେ କୌଣସି ଡ୍ରେନ ବ୍ୟବସ୍ଥାନଥିବାରୁ ଘରମାନଙ୍କରୁ ନିଷ୍ପସିତ ହେଉଥିବା ଆବର୍ଜନା ମିଶ୍ରିତ ପାଣି ଏବଂ ବର୍ଷାପାଣି ରାସ୍ତାରେ ପ୍ରବାହତି ହେବା ଯୋଗୁ ରାସ୍ତା ନଷ୍ଟ ହେଉଛି ।

ପାଣି ଜମି ରହୁଥିବାରୁ ମଶା,ମାଛି ବଂଶ ବୃଦ୍ଧି ସହିତ ଡେଙ୍ଗୁ, ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଉଛି ରାସ୍ତାପାଣି କଲେଜ ପଡା ଉଚ୍ଚ ପ୍ରାଥମିକ ପରିସରରେ ପ୍ରଭାହିତ ।ସେହିପରି ଦକ୍ଷିଣ ପାର୍ଶ୍ୱରେ ଥିବା ଡ୍ରେନ ବହୁ ପୁରାତନ ହୋଇଥିବା ବେଳେ ୫୦ ବର୍ଷ ତଳେ ଏହା ମାଙ୍କଡା ପଥରରେ ନିର୍ମାଣ କରାଯାଇଥିଲା ।

ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବାକୁ ୱାର୍ଡ ବାସିନ୍ଦା ଙ୍କ ତରଫରୁ ଦାବି କରାଯାଇଛି । ୨ ନମ୍ବର ୱାର୍ଡର କାଉନସିଲର ଦିପ୍ତି ରଞ୍ଜନ ସେଠୀ,୧ ନମ୍ବର ୱାର୍ଡ ବଳରାମ ସେଠୀଙ୍କ ସହିତ ପୌର ସଂସ୍ଥାରଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କଅଁର ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!