News
lipub
samparksetu

ହାତୀ ଆକ୍ରମଣରେ ଆହତ କାଳନ୍ଦୀଙ୍କୁ ମିଳୁନାହିଁ ଆର୍ଥିକ ସହାୟତା

ଗତ ଡିସେମ୍ବର ୨୦୨୩ ଦଶ ତାରିଖ ସକାଳ ୫ଟା ବେଳେ ଗଁଦିଆ ବ୍ଲକ ଆଙ୍କୁରଦା ଗ୍ରାମର କାଳନ୍ଦୀ ପ୍ରଧାନ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ତାଙ୍କର ଡାହାଣ ଗୋଡ଼ଟି ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଚାରି ଜାଗାରେ ଭାଙ୍ଗି ଯାଇଛି l ସେ କଟକ ଅଶ୍ୱିନୀ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦୀର୍ଘ ଦୁଇ ମାସ ଚିକିତ୍ସା ପରେ ଗତ ଫେବୃଆରୀ ମାସରେ ଘରକୁ ଫେରିଲେ l

ଏବେ ରୀତିମତ ବ୍ୟାଣ୍ଡେଜ କରିବା ଓ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା କୁ ନେବାପାଇଁ ଅର୍ଥାବଳ ନାହିଁ l ଏକମାତ୍ର ପୁଅ ସେବା ନକରିବାରୁ କାଳନ୍ଦୀ ଏବେ ବିବାହିତା ଝିଅ ଘରେ ଆଶ୍ରୟ ନେଇଛନ୍ତି l ପ୍ରଥମରୁ ବନ ବିଭାଗ ଦ୍ୱାରା ବିଭିନ୍ନ ଆର୍ଥିକ ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ l ଦୁଃଖର ବିଷୟ ଯେ ଏପର୍ଯ୍ୟନ୍ତ କାଳନ୍ଦୀଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳିନାହିଁ l ଷଡ଼ଙ୍ଗୀ ରେଞ୍ଜର ଏବଂ ଜିଲ୍ଲା ବନାଞ୍ଚଳ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣଗୋଚର କରୁନାହାନ୍ତି l କାଳନ୍ଦୀଙ୍କୁ ଆର୍ଥିକ ସାହାଯ୍ୟ ନମିଳିଲେ ଗ୍ରାମବାସୀ ମlନେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

new life
You might also like
error: Content is protected !!