News
lipub
samparksetu

ଦନ୍ତା ଆକ୍ରମଣରୁ ଜନଜୀବନ ସୁରକ୍ଷା ଦାବି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଵିଧାରପୁର ପଞ୍ଚାୟତ ଆରୁହାଁ ଗ୍ରାମରେ ଦୀର୍ଘ ୨ ମାସ ହେବ ଦନ୍ତା ହାତୀ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀଙ୍କ ଜନଜୀବନ ସୁରକ୍ଷା ଦାବିନେଇ ଗ୍ରାମବାସୀମାନେ ବନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ଆରୁହଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ ଦୁଇ ମାସ ଧରି ନରହନ୍ତା ଦନ୍ତା ହାତୀ ଗ୍ରାମ ଚାରି ପାଖରେ ବୁଲୁଛି । ଗ୍ରାମ ନିକଟରୁ କେଉଁଆଡେ ଯାଉନଥିବା ବେଳେ ହାତୀ ଭୟରେ ଗ୍ରାମବାସୀଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବାହାରକୁ ଯାଇ ପାରୁନାହାଁନ୍ତି ହାତୀଟି ଦିନ ଦ୍ଵିପ୍ରହରରେ ଗ୍ରାମ ଭିତରକୁ ପ୍ରବେଶ କରିବା ସହିତ ଆରୁହଁ। ବିଦ୍ୟାଳୟ ସହିତ ପାଚେରୀ ମଧ୍ୟ ଭାଙ୍ଗିଦେଇଛି।

ଚାଷୀମାନେ ଜମିକୁ ହାତୀ ଭୟରେ ଯାଇ ପାରୁନଥିବାର ଅଭିଯୋଗହୋଇଛି । ଗତ ୫ତାରିଖ ଦିନ ଦନ୍ତା ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଏହି ହାତୀକୁ ଗ୍ରାମବାସୀଙ୍କ ଜନଜୀବନ ସୁରକ୍ଷା କରିବା ସହିତ ଗ୍ରାମର ସଭାପତି ଚନ୍ଦ୍ରଶେଖର ସାହୁ,ସମ୍ପାଦକ ଆଦିକନ୍ଦ ପ୍ରଧାନ ଓ ଅନ୍ୟମାନେ ବନ ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!