News
lipub
samparksetu

ଭାଗିରଥି ସାଗର ଚତୁର୍ପାଶ୍ୱର ଅସ୍ଥାୟୀ କ୍ୟାବିନ ଓ ଜବର ଦଖଲକୁ ଉଛେଦ ଦାବି

ଭାଗିରଥି ସାଗର ସୁରକ୍ଷା ସମିତି ପକ୍ଷରୁ ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ନେତୃ ମଣ୍ଡଳୀ ଜଳାଶୟର ଚତୁର୍ପାଶ୍ୱରେ ଥିବା ଅସ୍ଥାୟୀ କ୍ୟାବିନ ଓ ଜବର ଦଖଲକୁ ଉଛେଦ କରିବାପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l

ପ୍ରକାଶ ଥାଉକି, ୨୬ ଏକର ପରିସୀମା ବିଶିଷ୍ଟ ଭାଗିରଥି ସାଗରର ଚତୁର୍ପାଶ୍ୱକୁ କିଛି ବ୍ୟକ୍ତି ଜବର ଦଖଲରେ ରଖିଥିବା ବେଳେ ବର୍ତ୍ତମାନ ଆଉକିଛି ବ୍ୟକ୍ତି ଅସ୍ଥାୟୀ କ୍ୟାବିନ, ବଡ଼ିବଗିଚା ଓ ଦୋକାନ ଘର କରିବା ଉଦେଶ୍ୟରେ ଜବର ଦଖଲ କରୁଛନ୍ତି l ଏପରିକି ଅସ୍ଥାୟୀ କାନ୍ଥ ବାଡ଼ ମଧ୍ୟ ଦେଉଛନ୍ତି l

ନିକଟରେ ଜଣେ ବ୍ୟକ୍ତି ଅସ୍ଥାୟୀ ଘର କରୁଥିବା ବେଳେ ସମିତିର ସଦସ୍ୟ ଏବଂ ପ୍ରଶାସନ ମିଶି ତାହା ବନ୍ଦ କରିଥିଲେ l ଏବେ ପୁଣି ଜବର ଦଖଲ କରିବାକୁ ଲୋକ ବସିଛନ୍ତି l ସମିତିର ସମ୍ପାଦକ ଅଶୋକ କୁମାର ସ୍ୱାଇଁ, ଉପସଭାପତି ଜି ମନ୍ମଥ ରାଓ, କୋଷାଧକ୍ଷ ଉଦୟନାଥ ବେହେରା, ସଦସ୍ୟ ଦୀନବନ୍ଧୁ ସେନାପତି, ଦୟାନିଧି ବେହେରା, ସର୍ବେଶ୍ୱର ରାଉତ, ଭରତ କୁମାର ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ତାହା ତୁରନ୍ତ ଉଛେଦ କରିବାପାଇଁ ଅନୁରୋଧ କରିଥିଲେ l

new life
You might also like
error: Content is protected !!