News
lipub
samparksetu

ଦଧିସିଂହା ବିଜୁସେତୁ ପ୍ରତି ବିପଦ କରୁଛି ଠିକାଦାର !

ଭୁବନ ବ୍ଲକର ଦଧିସିଂହା ଗ୍ରାମକୁ ବିଜୁସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଆଉ ଦୁଇ ମାସ ମଧ୍ୟରେ ଗ୍ରାମବାସୀ ଙ୍କ ନିମନ୍ତେ ଯାତାୟତର ସୁବିଧା ହୋଇପାରିବ । କିନ୍ତୁ ନିର୍ମାଣଧିକ ପୋଲ ର ଶହେ ମିଟର ମଧ୍ୟରେ ଥିବା ପଡିଆ ଜମିରୁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଠିକାଦାର ମାଟି ଉଠାଇ ନେଉଥିବାରୁ ପୋଲଟିର ସ୍ଥାୟୀତ୍ୱ ପ୍ରତି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଛି ।

ସୂଚନାଯୋଗ୍ୟ ଜାତୀୟ ରାଜପଥ ୫୩ ଠାରୁ ଦଧିସିଂହା କୁ ଥିବା ରାସ୍ତା ତିଆରୀ ଚାଲିଛି । ରାସ୍ତା ସହିତ ପୋଲଟି ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ନିୟୋଜିତ ଠିକାଦାର ଅଷ୍ଟଲକ୍ଷ୍ମୀ କଂଷ୍ଟ୍ରକସନ ଦ୍ୱାରା ପ୍ରାୟ ସାତ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି । ୨୦୧୯ ମସିହା ଜୁଲାଇ ମାସରେ କାର୍ଯ୍ୟାଦେଶ ପାଇବା ପରେ ବର୍ଷା ୠତୁ ପରବର୍ତ୍ତୀ ସମୟରେ କାର୍ଯ୍ୟ ଆରମ୍ଭ କରିବା ସହ ଦୁଇ ବର୍ଷ ମଧ୍ୟରେ ସମସ୍ତ ବାଧା ସତ୍ତ୍ୱେ କାର୍ଯ୍ୟ ଶେଷ କରିବାକୁ ପ୍ରାୟସ କରାଯାଇଛି ।

ହେଲେ ଯେଉଁ ସ୍ଥାନରେ କଂପାନୀ ପକ୍ଷରୁ ବାଲି ସିମେଣ୍ଟ ଚିପ୍ସ ଗଦା କରାଯାଇଥିଲା ସେହି ସ୍ଥାନକୁ ଏବେ ଠିକାଦର ମାଟି ତାଡି ରାସ୍ତାରେ ପକାଉଥିବାରୁ ରସ୍ତା ସିନା ଉଚ୍ଚ ହେଉଛି କିନ୍ତୁ ପୋଲ ନିକଟରୁ ମାଟି ବାଲି ତାଡି ନେବାରରୁ ପୋଲର ସ୍ଥାୟିତ୍ୱ ପ୍ରତି ଦେଖାଦେଇଛି ସନ୍ଦେହ ।

ଏନେଇ ଦୀର୍ଘ ୪୦ବର୍ଷ ହେଲା ଦଖଲରେ ଥାଇ ଚାଷ କରୁଥିବା ପ୍ରଜା ସଦାନନ୍ଦ ବର୍ଦ୍ଦନ ଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଠିକାଦରଙ୍କ ତାଗିଦ କରାଯାଇଛି ପୋଲ ନିକଟରୁ ମାଟି ନ ଉଠାଇବା ନିମନ୍ତେ ।

ଏ ସଂର୍ପକରେ ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ , ନିର୍ବାହୀ ଯନ୍ତ୍ରୀ ଏହି ବିବାଦୀୟ ସ୍ଥଳ ପରିଦର୍ଶନ କରିଥିଲେ । ପାଣ୍ଡରା ନାଳଟି ବହୁ ସ୍ଥାନରେ ସାପ ଭଳି ବାଙ୍କ ହୋଇଛି । ପୋଲ ହେଉଥିବା ସ୍ଥାନରେ ଅଣଓସାରିଆ ହୋଇଥିବାରୁ ପୋଲ ନିକଟରେ ଥିବା ସରକାରୀ ଜମିର ମାଟିକୁ ହଟାଇ ଦେଲେ ବନ୍ୟାସମୟରେ ଉଦବୃତ ଜଳ ପୋଲ ତଳେ ଯାଇପାରିବ ବୋଲି ବିଭାଗୀୟ ସୂତ୍ରୁ କୁହାଯାଉଛି । ତେବେ ସରକାରୀ ଜମିରୁ ମାଟି ଉଠାଇବାକୁ ସ୍ଥାନୀୟ ତହଜସିଲଦାର ଙ୍କ ଠାରୁ କୈଣସି ଅନୁମତି ନିଆଯାଇନଥିବା ଜଣାପଡିଛି ।

new life
You might also like
error: Content is protected !!