ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟଣାବିଲ ପଚାଂୟତର ଅଙ୍ଗଦ ଟିପିଲେଇ ଗ୍ରାମର ଜଣେ ବୃଦ୍ଧା ଗ୍ରାମ ନିକଟସ୍ଥ ଡମଶାଳ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ପାଣି ରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ଜଗବନ୍ଧୁ ନାୟକଙ୍କ ପତ୍ନୀ ମେଘି ନାୟକ (୭୦) ଦିନ ୧୧ ଟା ବେଳେ ଗାଧୋଇବାକୁ ଯାଇଆଉ ଘରକୁ ଫେରି ନଥିଲେ । ଫଳରେ ଘର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ କି ଗ୍ରାମଠାରୁ ୨ କିମି ଦୂର ସୁରପ୍ରତାପପୁର ନିକଟରେ ଲାଗିଛି । ଭୁବନ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳବାହିନୀ ଖବର ପାଇଁ ସୁରପ୍ରତାପପୁର ନାଳରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ମେଘିର ଶବକୁ ଭୁବନ ଡାକ୍ତରଖାନାକୁ ଅନାଯାଇଥିଲା । ଡାକ୍ତର ଆନନ୍ଦିତା ପରିଡା ଭୁବନ ଡାକ୍ତରଖାନାରେ ଶବ ବବ୍ୟବଚ୍ଛେଦ କରାଇଥିବା ପରେ ପରିବାର ଲୋକଙ୍କୁ ଫେରସ୍ତ ଦେଇଥିଲେ ।
