News
lipub
samparksetu

ୱାଲମୀ ପକ୍ଷରୁ କୃଷି ଯନ୍ତ୍ରପାତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରେଙ୍ଗାଳୀ ବାମ କେନାଲ ଅଧିନରେ ପାଣି ପାଇବାକୁ ଥିବା ସମସ୍ତ ଚାଷୀ କିଭଳି ଭାବରେ ଚାଷପୋଯୋଗୀ ଜମିରେ ଉକୃଷ୍ଟ ଫସଲ ଫଳାଇ ପାରିବେ ସେ ନେଇ ସହଯୋଗୀ ସଂସ୍ଥା ୱାଲମୀ ପକ୍ଷରୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭୁବନ ଶାଖାର ମୁଖ୍ୟ ପ୍ରଦୁମ୍ନ କୁମାର ମିଶ୍ରଙ୍କ ସଂଯୋଜନାରେ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ , ମୁଖ୍ୟ ଯନ୍ତ୍ରୀ ଇଂ ବିଜୟ କୁମାର ସାମଲ, ଅତିରିକ୍ତ ମୁଖ୍ୟ ଇଂ ବାମାପ୍ରସାଦ ବିଶ୍ୱାଳ ,ନିର୍ଦ୍ଦେଶକ ଇଂ ଦାମୋଦର ସାହୁ ଇଂ ବଂଶୀଧର ସ୍ୱାଇଁ ,କୃଷି ଯାନ୍ତ୍ରିକ ଅଧିକାରୀ ସୁଚିସ୍ମିତା କର , ପ୍ରଦୀପ୍ତ କୁମାର ସାହୁ, ପ୍ରଭାତ ରଂଜନ ଦାସ, ରଂଜନ କୁମାର ନାୟକ, ହିତେଶ କୁମାର ପଣ୍ଡା ଉପସ୍ଥିତ ରହି ରେଙ୍ଗାଳୀ ଜଳସେଚିତ ଅଚଂଳର ପାଣି ପଚାଂୟତ ସଂଗଠନକୁ ଧାନ କାଟିବା ନିମନ୍ତେ ହସ୍ତଚାଳିତ ମେସିନ , ଧାନ ଅମଳ ମେସିନ ପ୍ରଦାନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାର ୧୦ଟି ଓ ଯାଜପୁର ଜିଲ୍ଲାର ୬ଟି ପାଣି ପଚାଂୟତକୁ ଏହି କୃଷି ସରଞ୍ଜ।ମ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!