News
lipub
samparksetu

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସଡ଼କ ଦୁର୍ଘଟଣା ର ଶିକାର ହୋଇ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଖବର ନେବାରେ ଜଣାଯାଏ ଯେ ଭୁବନ ବ୍ଲକ ଜିରାଳ ଗ୍ରାମର ବିଜୁଳି ଛକରେ ଛୋଟ ସେଲୁନ ଦୋକାନ କରି ପେଟ ପୋଷୁଥିବା ଗୋଲେଖ ବାରିକ ଙ୍କ ଏକମାତ୍ର ପୁଅ କାହ୍ନ ବାରିକ, ସୋମବାର ସନ୍ଧ୍ୟା ସମୟରେ ଜିରାଳ ତାରିଣୀ ମନ୍ଦିର ରାସ୍ତା ରେ ଯାଉଥିବା ସମୟରେ ତାଙ୍କ ବାଇକ ର ଚକା ସ୍ଲିପ କରିବାରୁ କାହ୍ନୁ ଦୁର୍ଘଟଣାର ଶିକାର ହୋଇଥିଲେ ।

ତାଙ୍କୁ ପ୍ରଥମେ ଜିରାଳ ପରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।କିନ୍ତୁ ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଯୋଗାଡ଼ କରିବାରେ ଲାଗିପଡିଛନ୍ତି ବାପା ଗୋଲେଖ ବାରିକ ।

new life
You might also like
error: Content is protected !!