News
lipub
samparksetu

ମୁରୁଗା ଜଙ୍ଗଲ ପଦା !

ଭୁବନ ବନାଂଚଳ ଅର୍ନ୍ତଗତ ମୁରୁଗାଗ୍ରାମବାସୀଙ୍କ ଦ୍ୱାରା ସଂରକ୍ଷିତ ଜଙ୍ଗଲକୁ କେତେକ ଖଳ ପ୍ରକୃତିର ଲୋକ ସଫା କରିଦେଇଛନ୍ତି । ଖବର ନେବାରେ ଜଣାଯାଇଛି ଯେ ଭୁବନ ବନପାଳଙ୍କ ଅଧିନରେ ଥିବା ମୁରୁଗା ଜଙ୍ଗଲରେ ଗତ କିଛି ବର୍ଷ ପୂର୍ବରୁ ବନୀକରଣ କରାଯାଇଥିଲା ।

ସରକାରଙ୍କ ବିଭିନ୍ନ ଯୋଜନାରେ ଗଛ ଲଗାଯାଇ ଲୋଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଇଥିଲା । ଗ୍ରାମବାସୀମାନେ ବିଭିନ୍ନ ସମୟରେ ଏହି ଜଙ୍ଗଲରୁ ଜାଳ କାଠ ସଂଗ୍ରହ କରିଥାନ୍ତି । କିନ୍ତୁ ଗ୍ରାମବାସୀଙ୍କ ମଧ୍ୟରେ ମତଭେଦ ଘଟି ବା ଫଳରେ ଜଙ୍ଗଲ ପଦା ହେବାରେ ଲାଗିଛି । ମୁରୁଗା ଗ୍ରାମର ବିଭିନ୍ନ ସ୍ଥାନରେ ଚଢାଉ କରି ବନବିଭାଗ କର୍ମଚାରୀ ମାନେ ପ୍ରାୟ ୬ଟ୍ରାକ୍ଟର କାଠ ଜବତ କରିବା ସହ ବନବିଭାଗ କାର୍ଯ୍ୟ।ଳୟକୁ ଆଣିଥିବା ଜଣାପଡିଛି ।

new life
You might also like
error: Content is protected !!