News
lipub
samparksetu

ରୋଜଗାରିଆ ପୁଅ ଚାଲିଗଲା ପରେ ପାଞ୍ଚ କେଜି ଚାଉଳ ରେ ବଞ୍ଚିଛି ପରିବାର

ଦୁଃଖ ଯେତେବେଳେ ଆସେ ସାଥି ଭାଇ ଙ୍କୁ ସାଙ୍ଗରେ ଧରି ଆସିଥାଏ ।ଏଭଳି ଘଟଣା ଘଟିଛି ଭୁବନ ୱାର୍ଡ ନମ୍ବର ୨ କୋଲ୍ହ ସାହିରେ । ମଙ୍ଗୁଳି ସାହୁ (୬୬) ଦିବ୍ୟାଙ୍ଗ କିଡିନୀ ରୋଗ ରେ ଆକ୍ରାନ୍ତ ।

କିଛିଦିନ ତଳେ ନିଜର ଏକମାତ୍ର ପୁତ୍ର ବାପି( ୨୫)କୁ କରୋନା ଯୋଗୁଁ ହରାଇଛନ୍ତି। ଯେ କି ଇଲେକ୍ଟ୍ରି ଅଫିସ୍ ପାଖରେ ଆଳୁ ପିଆଜ ବିକ୍ରି କରି ବୁଢ଼ା ବାପା ମା ଙ୍କୁ ପୋଷୁଥିଲେ, କରୋନା ରେ ଆକ୍ରାନ୍ତ ହୋଇ ସେ ମୃତ୍ୟୁବରଣ କଲେ।

ଏବେ ଏହି ବୃଦ୍ଧ ଦମ୍ପତି ବଞ୍ଚିବା କଷ୍ଟକର ।ଏହାରି ଭିତରେ କିଡନୀ ରୋଗ ବଢ଼ିଜସିଛି ମଙ୍ଗୁଳିଙ୍କର , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାର ଙ୍କ ତରଫରୁ ମିଳୁଛି ମାତ୍ର ୫ କେଜି ଚାଉଳ। ମଙ୍ଗୁଳି ସାହୁ ଙ୍କ ସ୍ତ୍ରୀ ଦୁଇ ଦୁଇ ଥର ଆବେଦନ କରିସାରିଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁନାହିଁ।

ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଭତ୍ତା ପ୍ରଦାନ କରିବା ସହ ଏହି ଗରିବ ପରିବାର କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବା ପାଇଁ ବରିଷ୍ଠ ସାମ୍ବାଦିକ ସରୋଜ କୁମାର ସାହୁ,ସୁନିଲ କୁମାର ଅଗ୍ରୱାଲ, ରବି ନାରାୟଣ ଓଝା ସନ୍ତୋଷ କୁମାର ମଲ୍ଲିକ,ଅବନୀ କୁମାର ନାୟକ ସମାଜସେବୀ ଅମ୍ବୁଜ କୁମାର ସାହୁ ଲକ୍ଷ୍ମଣ କୁମାର ଦାସ ପ୍ରମୁଖ ସେବାକାର୍ଯ୍ୟରେ ନିୟୋଜିତ ସହାୟ ଗ୍ରୁପ ପକ୍ଷ ରୁ ସେ ପରିବାର କୁ ସହଯୋଗ କରିବା ସହ ସରକାର ଙ୍କୁ ଅନୁରୋଧ କରାଯାଇଛି ।

new life
You might also like
error: Content is protected !!