କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ଗ୍ଯାସ ଏବଂ ଖାଇବା ତେଲ ର ଦର ବୃଦ୍ଧି ଯୋଗୁଁ ହିନ୍ଦୋଳ ବିଜୁ ମହିଳା ଜନତା ଦଳ ତରଫରୁ ଦୃଢ଼ ବିକ୍ଷୋଭ କରିବା ସହ ଏକ ଶୋଭାଯାତ୍ରା ହିନ୍ଦୋଳ ଏନଏସିର ଗୁଣ୍ଡିଚା ମଣ୍ଡପ ଠାରୁ ବାହାରି ଉପ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଏକ ପ୍ରତିବାଦ ସଭା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ଆମ ପ୍ରୀୟ ବିଧାୟିକା ସୀମାରାଣୀ ନାୟକଙ୍କ ଆହ୍ବାନରେ କରାଯାଇଥିଲା l
ଏହି ଶିଭାଯାତ୍ରା ରେ ଗ୍ୟାସ ଓ ଖାଉଟି ସାମଗ୍ରି ଦରଦାମ ବୃଦ୍ଧି ଯୋଗୁଁ ମହିଳା ମାନଙ୍କ ହାଣ୍ଡି ଶାଳରେ ପ୍ରଭାବ ପଡୁଥିବା ବିଷୟରେ ଆଲୋକପାତ କରିଥିଲେ,ଏହା ପରେ ହିନ୍ଦୋଳ ଉପ ଜିଲ୍ଲାପାଳଙ୍କ ନିକଟକୁ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଏକ
ଦାବିପତ୍ର ଦିଆଯାଇଥିଲା ।
ଉକ୍ତ ପ୍ରତିବାଦ ସଭାରେ ସହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ତପନ କୁମାର ତ୍ରିପାଠୀ,ଓଡାପଡା ମହିଳା ସଭାନେତ୍ରୀ ଦିପ୍ତିରାଣୀ ରାଉତ,ହିନ୍ଦୋଳ ବ୍ଲକ ମହିଳା ସଭାନେତ୍ରୀ ଯୋଗମାୟା ଗଡନାୟକ, ଏନଏସି ସଭାନେତ୍ରୀ ସ୍ବର୍ଣ୍ଣ ମଞରୀ ସର, ଜିଲ୍ଲାପରିଷଦ ଅଧ୍ୟକ୍ଷା ମୀନତୀ ନାୟକ,ଜିଲ୍ଲା ମହିଳା ଜନତା ଦଳର ନେତ୍ରୀ ପଦ୍ମାବତୀ ରାଉତ,ଜିଲ୍ଲା ମହିଳା ସଂପାଦକ ଲୀପି ଗଡନାୟକ,ଜିଲ୍ଲା ମହିଳା ଉପସଭାପତି ସେବତୀ ସାମନ୍ତ,ରାସୋଳ ଯୋନ ଜିଲ୍ଲାପରିଷଦ ରୀତା ପ୍ରଧାନ,ମାହାଲୁଣ୍ଡା ସରପଞ୍ଚ ମାମାଲି ଦାଶ,ପୂର୍ବତନ ଏନଏସି ଅଧ୍ୟକ୍ଷା ରୀନା ବେବେରା,କାଉନସିଲର ବସୁମତୀ ସାହୁ,କନ୍ତାମିଲା ସଭାନେତ୍ରୀ ଶିଶିରିକା ଅମାନ୍ତ, ଓଡାପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି,ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷା ଅନୁଶୟା ମାହୁନ୍ତ ସମେତ ବହୁ ମହିଳା ନେତ୍ରୀ ଓ ସମସ୍ତ ଦଳୀୟ ବ୍ଲକ ଏନଏସିର ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
