ଶ୍ୟାମାଚରଣ ପୁର ଆଞ୍ଚଳିକ ବିକାଶ ସମିତିର ସଭାପତି ଯୋଗେନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱରେ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଲିଖିତ “ଓଡ଼ିଆ ସାହିତ୍ୟରେ ଢେଙ୍କାନାଳର ସିଦ୍ଧି ସ୍ଵାକ୍ଷର: ଏଗାରଟି ଚିତ୍ରପଟ” ପୁସ୍ତକ ସ୍ଥାନୀୟ ଦୋଳ ମେଲଣ ପଡିଆରେ ଉନ୍ମୋଚନ ହୋଇଯାଇଛି l
ଏହି ପରିପ୍ରେକ୍ଷୀରେ ଲେଖକ ଶ୍ରୀ ମିଶ୍ରଙ୍କୁ ସମିତି ପକ୍ଷରୁ ସ୍ୱାଗତ ଏବଂ ଶୁଭେଚ୍ଛା ଜ୍ଞାପନ କରି ଡ଼ ଭବାନୀ ଶଙ୍କର ମିଶ୍ର ସମାଜର ବିକାଶ କ୍ଷେତ୍ରରେ ମଣିଷର ଉଦ୍ୟମ ଫଳ ସ୍ୱରୂପ ପ୍ରୋ ମିଶ୍ରଙ୍କ ସେବା ଓ ସାହିତ୍ୟ ଦିଗରେ ଅନବରତ କରୁଥିବା କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l
ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଜଜ ଭିକାରି ଚରଣ ରାଉତ ଯୋଗଦେଇ ପ୍ରୋ ମିଶ୍ରଙ୍କ ଲିଖିତ ପୁସ୍ତକ ଉନ୍ମୋଚନ କରି ଏଗାରଟି ଚରିତ୍ର ଉପରେ ଆଲୋଚନା କରିଥିଲେ ଓ ସାହିତ୍ୟ ଦିଗରେ ଅତୁଟ ଏବଂ ଅକ୍ଷୟ ଇଚ୍ଛାଶକ୍ତି ବଳରେ ଓଡ଼ିଆ ସାହିତ୍ୟକୁ ଆହୁରି ଅବଦାନ ଦିଅନ୍ତୁ ବୋଲି ଆଶା ପ୍ରକାଶ କରିଥିଲେ l ପ୍ରୋ ମିଶ୍ରଙ୍କର ଏହା ଥିଲା ପଞ୍ଚଦଶ ପୁସ୍ତକ l
ଉକ୍ତ ବୈଠକରେ କବି ବହାଦୁର ପାଟଶାଣି, ଗାନ୍ଧିବାଦୀ ସରୋଜ ଶତପଥୀ, ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ପଙ୍କଜ ନାୟକ, ଢେଙ୍କାନାଳ ସଚେତନ ନାଗରିକ ଫୋରମ ସମ୍ପାଦକ ଭରତ କୁମାର ଦାସ, ଇଂରାଜୀ ଅଧ୍ୟାପକ ଖିରୋଦ ଚନ୍ଦ୍ର ନାୟକ, ନରେଶ ମହାନ୍ତି, ସତ୍ୟନାରାୟଣ ଷଡ଼ଙ୍ଗୀ, ବଂଶୀଧର ସ୍ୱାଇଁ, ଅକ୍ଷୟ କୁମାର ସାହୁ, ଅନନ୍ତ ବେହେରା, ବିରଞ୍ଚି ନାରାୟଣ ମିଶ୍ର, ସୁରେଶ ଚନ୍ଦ୍ର ଜେନା, ଶ୍ରୀପତି ଦାସ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ବୟସ ହୋଇଯାଇଥିଲେ ମଧ୍ୟ ପ୍ରୋ ମିଶ୍ର ଙ୍କର ସମାଜିକ କାର୍ଯ୍ୟ ରେ ଥିବା ଆଗ୍ରହର ଭୁୟସୀ ପ୍ରଶଂସା କରିଥିଲେ l ଶେଷରେ ସମିତି ର ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
