News
lipub
samparksetu

ବିଦ୍ୟାଳୟ ଗେଟରେ ଲାଗିଲା ପ୍ରଶ୍ନପତ୍ର ଗାଡ଼ି,ଅଟୋରେ ବୁହାଗଲା ପ୍ରଶ୍ନପତ୍ର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ ଗେଟ ନିର୍ମାଣ ଯୋଗୁ ଚଳିତ ବର୍ଷ ହାଇସ୍କୁଲ ସମ୍ମେଟିଭ ପରୀକ୍ଷା ପ୍ରଶ୍ନପତ୍ର ନେଇ ଆସିଥିବା ଗାଡ଼ି ଗେଟରେ ଅଟକି ରହିଲା । ଶେଷରେ ପ୍ରଶ୍ନପତ୍ର ଅଟୋରେ ବୁହା ହେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ଦାଣ୍ଡିମଳ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଲଘୁ ଏବଂ ଖଣିଜ ସମ୍ପଦ ପାଣ୍ଠିରେ ଏକ ନୂତନ ଗେଟ ନିର୍ମାଣ ହୋଇଛି । ଏହି ଗେଟ ରାସ୍ତାର ପତ୍ତନ ଠାରୁ ବହୁ ତଳେ ଥିବା ବେଳେ ଗେଟ ମଧ୍ୟଦେଇ ଭିତରକୁ ପ୍ରବେଶ ପଥର ଉଚ୍ଚତା ବହୁତ କମ ହୋଇଛି ।

ଚଳିତ ବର୍ଷ ନଭେମ୍ବର ୨୩ ତାରିଖରୁ ହାଇସ୍କୁଲ ପରୀକ୍ଷା ପାଇଁସମ୍ମେଟିଭ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏକ ମିଲ୍କ ଭ୍ୟାନରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଆସିଥିଲା । ମିଲ୍କ ଭ୍ୟାନଟି ଗେଟ ମଧ୍ୟଦେଇ ପ୍ରବେଶ କରିବା ମାତ୍ରେ ତାହା ଗେଟରେ ଲାଗି ଗେଟର କିଛି ଅଂଶ ଭାଙ୍ଗଯିବା ସହିତ ଗେଟରେ ହିଁ ଗାଡିଟି ଅଟକି ରହିଥିଲା । ଗାଡିଟି ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇନଥିବା ବେଳେ ସେହିଠାରୁ ପ୍ରଶ୍ନପତ୍ରକୁ ଏକ ଅଟୋ ମାଧ୍ୟମରେ ଷ୍ଟ୍ରଙ୍ଗ ରୁମକୁ
ନିଆଯାଇଥିଲା ।

ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟବୟରେ ବିଦ୍ୟାଳୟ ମୁଖ୍ୟ ଫାଟକଟି ତୃଟିପୂର୍ଣ୍ଣ ଭାବରେ ନିର୍ମାଣ କରାଯାଇଥିବାରୁ ବିଦ୍ୟାଳୟ ଭିତରକୁ ଗାଡି ଯିବା ସମ୍ଭବ ହେଉନାହିଁ ।

ପୁନଶ୍ଚ ଗେଟଟି ସରକାରୀ ଜମି ଉପରେ ଏବଂ ରାସ୍ତା ଠାରୁ ବହୁ କମ୍ ଉଚ୍ଚତାରେ କିଭଳି ନିର୍ମାଣ କରାଗଲା ଏବଂ ବିଭାଗୀୟ ଯନ୍ତ୍ରୀ କିଭଳି ଅନୁମତି ପ୍ରଦାନ କଲେ ତାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ମଲ୍କି ଭ୍ୟାନ ଯଦି ଭିତରକୁ ପ୍ରବେଶ କରିପାରୁନାହିଁ ।

ତେବେ ଭଡ ଗାଡି ଭିତରକୁ ଯିବା ଅସମ୍ଭବ ହୋଇପଡିଛି ଗାଡି ଯୋଗୁ ଗେଟ ଭାଙ୍ଗିବା କ୍ଷତିପୂରଣ କିଏ ଦେବ ବୋଲି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାକୁ ନେଇ ପ୍ରଧାନଶିକ୍ଷକ ଅମର ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ,ଗେଟରେ ଗାଡିଟି ଲାଗାଯିବାରୁ ପ୍ରଶ୍ନପତ୍ର ଏକ ଅଟୋରେ ବୁହା ହେଉଛି ।

ଯେଉଁ ଅଂଶ ଗେଟର କ୍ଷତି ହୋଇଛି ତାହା ବୋର୍ଡ ତରଫରୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ଜିଲ୍ଲାପାଳ ସରୋଜ କୁମାରସେଠୀ, ଡିଇଓ ନିବେଦିତା ପାଣି ଏବଂ ବିଡିଓଙ୍କୁ ଅବଗତ କରିଥିବାର କହିଛନ୍ତି ।

new life
You might also like
error: Content is protected !!