News
lipub
samparksetu

ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡିଶା ଅମଲା ସଙ୍ଘ ଶାଖାର ଏକ ବୈଠକ କୁଞ୍ଜକାନ୍ତ ଠାରେ ଅନୁଷ୍ଠିତହେବା ସହିତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ
ନିକଟରେ ଦାବୀ କରାଯାଇଛି । ସଙ୍ଘର ସଭାପତି ଅରୁଣ କୁମାର ବଳିୟାରସିଂହ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦେଇଥିଲେ ।

ରାଜ୍ୟରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପ୍ରଚଳନ କୁ ଚାରି ବର୍ଷ ହୋଇଥିବା ବେଳେ ସ୍ନାତକ
ହାରରେ ଦରମା ପ୍ରଦାନ କରିବାରେ ଟାଳଟୁଳୀ ନିତୀ ଅବଲମ୍ବନ କରାଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି । ରାଜ୍ୟରେ କାର୍ଯ୍ୟରତ ଅନ୍ୟ ବର୍ଗର କର୍ମଚାରୀଙ୍କ ଦରମା ୯ ହଜାର ୩ଶହ ଏବଂ ଗ୍ରେଡ
ପେ ୪ ହଜାର ୨ଶହ ଥିବା ବେଳେ ଜିଲ୍ଳା ସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ଅବଲମ୍ବନ କରାଯାଉଥିବାର ଜଣାପଡିଛି ।ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ସହିତ ଶିକ୍ଷାଗତ ଯୋଜନା ଅନୁସାରେ ଦରମା ପ୍ରଦାନ କରିବାକୁ ସଭାପତିଙ୍କ ସହିତ ସମ୍ପାଦକ ଗଣେଷ କୁମାରପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ରପ୍ରଦାନ କରିଛନ୍ତି ।

new life
You might also like
error: Content is protected !!