News
lipub
samparksetu

ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଆଣିଦେଲା ଲୁହ

ଯେଉଁ ଧାନ କ୍ଷେତ ଏବେ ହସିବା କଥା ସେଠାରେ ଧାନର ଚିହ୍ନ ନାହିଁ। କେଉଁ ଜମିରେ ଗୋରୁ ଚରିଲେଣି ତ କେଉଁଠି ପାଣି ଅଭାବରୁ ବିହୁଡା ବେଉଷଣ କାମ ହୋଇପାରି ନାହିଁ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ ତଥା ଏହି ରାଜସ୍ବ ନୀରିକ୍ଷକ ଅଧିନ ଖୁଣ୍ଟବାଟି ଗାଁ। ଗାଁ ର ସମୁଦାୟ ଜମି ଶହେ ପଚାଶ ଏକର, ସେଥିରୁ ମାତ୍ର ପାଞ୍ଚ ଏକର ଜମିରେ ଚାଷ ହୋଇଥିବା ସୂଚନା ରହିଛି।

ଚାଷ ହୋଇଥିବା ପାଞ୍ଚ ଏକର ଜମିରୁ ଦୁଇ ଏକର ଜମି ଲଗାଣ ବର୍ଷାରେ ଜଳମଗ୍ନ। ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଅନେକ ଚାଷୀ ଜମିରେ ପାଦ ନାହିଁ ବୋଲି କହିଛନ୍ତି। ଏହି ଗାଁ ର ଗୁପ୍ତ ଚନ୍ଦ୍ର ଦେହୁରୀଙ୍କ ଦେଢ ଏକର, ଗୋଲେଖ ଦେହୁରୀଙ୍କର ଦୁଇ ଏକର, ଶ୍ରୀନିବାସ ଦେହୁରୀଙ୍କର ଦୁଇ ଏକର, ପବିତ୍ର ସାହୁ ଦେଢ ଏକର, ପତିନି ସାହୁ ଦୁଇ ଏକର, ନିରଞ୍ଜନ ସାହୁ ଦୁଇ ଏକର, ଭୁବନାନନ୍ଦ ଦେହୁରୀ ଦୁଇ ଏକର, ନାଥ ନାଏକଙ୍କ ଦେଢ଼ ଏକର, ଲୋଚନ ସାହୁ ଏକ ଏକର, ବିଭୁତି ସାହୁ ଗୋଟିଏ ଏକର, ପବିତ୍ର ବେହେରା ଦୁଇ ଏକର, ସୁବଳ ବେହେରାଙ୍କ ଏକ ଏକର, ଗୋବିନ୍ଦ ସାହୁଙ୍କ ଗୋଟିଏ ଏକର ଜମିରେ ଲଙ୍ଗଳ ଗାର ବି ପଡି ନାହିଁ। ଅନ୍ୟ ଯେଉଁ ଚାଷୀ ଚାଷ କରିଥିଲେ ଅଭାବି ବର୍ଷା କାରଣରୁ ଚାଷ କାର୍ଯ୍ୟ ହୋଇ ପାରିଲା ନାହିଁ। ଯେଉଁ ପାଞ୍ଚ ଏକର ଚାଷ ହୋଇଥିଲା ସେ ବି ବର୍ଷା ଯୋଗୁଁ ନଷ୍ଟ ହେବାକୁ ବସିଛି।

new life
You might also like
error: Content is protected !!